ପୁରୀ, ୫ ଜୁଲାଇ: ଶ୍ରୀମନ୍ଦିରରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ଭୀଡ଼ ଦେଖାଯାଉଛି। ଏହି ବିଶେଷ ଦିନରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଛି। ମହାପ୍ରଭୁ ସୁଦର୍ଶନଙ୍କ ପରେ ବଳଭଦ୍ରଙ୍କୁ ରଥ ପର୍ଯ୍ୟନ୍ତ ଆଣାଯାଉଛି।
ଶ୍ରୀମନ୍ଦିର ପ୍ରଶାସନ ଜାରି କରିଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ଆଜି ସକାଳ ୪ଟାରେ ମଙ୍ଗଳ ଆଳତି ଆରମ୍ଭ ହୋଇଛି। ପରେ ମଇଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ ନୀତି ହୋଇଛି। ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ପରେ ସେନାପଟା ଏବଂ ମଙ୍ଗଳାର୍ପଣ ସମ୍ପନ୍ନ ହେବା ପରେ, ଦିନ ୧୨ଟାରେ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ଶେଷ ହେବ।
୪ଟାରୁ ରଥ ତଣା କାର୍ଯ୍ୟ ଆରମ୍ଭ ହେବ। ଏହା ପূର୍ବରୁ ଛେରାପହଁରା ଓ ଘୋଡ଼ା ଲାଗିବା ନୀତି ପ୍ରାୟ ୩ଟାରୁ ୪ଟା ମଧ୍ୟରେ ହେବ। ରଥ ଚାଳିବା ପରେ ମନ୍ଦିର ପ୍ରଶାସନ ଦ୍ୱାରା ଅନ୍ୟାନ୍ୟ ନୀତି ସମ୍ପାଦିତ ହେବ ବୋଲି ତଥ୍ୟ ମିଳିଛି।
ଭକ୍ତମାନଙ୍କ ସୁବିଧା ଓ ନିରାପତ୍ତା ପାଇଁ ବୃହତ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଟ ୨୦୫ ପ୍ଲାଟୁନ ପୋଲିସ ତେନା ହୋଇଛି। ଆପାତକାଳୀନ ଅବସ୍ଥା ପାଇଁ ଗ୍ରୀନ୍ କରିଡର ସହିତ ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛି। ତାପମାନ ଅଧିକ ଥିବାରୁ ଭକ୍ତଙ୍କ ଉପରେ ପାଣି ସିଞ୍ଚନ କରାଯାଉଛି। ସମସ୍ତ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ରହିଛନ୍ତି।