ଭଦ୍ରକ: ଚାନ୍ଦବାଲି ଅଫିସ୍ ରେ ଟଳିପଡ଼ିଲେ ଭଦ୍ରକ DFO ସୌଭାଗ୍ୟ କୁମାର ସାହୁ। ଭଦ୍ରକ ବନ୍ୟପ୍ରାଣୀ ବନ ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ଓଡ଼ିଶାର ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ଟଳିପଡ଼ିଲେ । କର୍ମଚାରୀମାନେ ତାଙ୍କୁ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l
ହୃଦ୍ ଘାତରୁ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହେବ ମୃତ୍ୟୁର କାରଣ।
ସୂଚନା ଅନୁଯାୟୀ, ଶନିବାର ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ସମୟରେ ତାଙ୍କୁ 59 ବର୍ଷ ବୟସ ହୋଇଥିଲା। ତାଙ୍କର ଚାକିରି କାଳ ଆଉ ୧୧ ମାସ ଥିଲା।
ମୃତ ଡିଏଫଓଙ୍କ ଘର ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାର ବରୁଣାଡିଆରେ।





