ଭୁବନେଶ୍ୱର: ସ୍ୱପ୍ନର ଘର କିଣିବା ଏବେ ଭୁବନେଶ୍ୱରରେ ଅଧିକ କଠିନ ହୋଇପଡ଼ିଛି। ନ୍ୟାସନାଲ ହାଉସିଂ ବ୍ୟାଙ୍କ (NHB) ଓ ନ୍ୟାସନାଲ ସ୍ୟାମ୍ପଲ୍ ସର୍ଭେ ଅଫିସ୍‌ (NSSO) ରେସେଣ୍ଟ ଅଧ୍ୟୟନରୁ ଜଣାପଡ଼ିଛି ଯେ, ସହରର ଶୀର୍ଷ ୫% ଆୟକାରୀଙ୍କୁ ୧.୨ କୋଟି ଟଙ୍କାର ଏକ ଘର କିଣିବା ପାଇଁ ପ୍ରାୟ ୫୩ ବର୍ଷ ସଞ୍ଚୟ କରିବାକୁ ପଡ଼ୁଛି।

ଏହି ଗଣନା ବାର୍ଷିକ ୨.୩ ଲକ୍ଷ ଟଙ୍କା ସଞ୍ଚୟ ଉପରେ ଆଧାରିତ ଯେଉଁଠାରେ ୩୦.୭% ଆୟକୁ ମାନକ ସଞ୍ଚୟ ହାର ଭାବେ ଧରାଯାଇଛି। NHBର ରେସିଡେନସିଆଲ ପ୍ରୋପର୍ଟି ପ୍ରାଇସ୍ ଇଣ୍ଡେକ୍ସ (RPPI) ଅନୁସାରେ, ଭୁବନେଶ୍ୱର ମୁମ୍ବାଇ ଓ ଗୁରୁଗ୍ରାମ ସହିତ ଏକ ସବୁଠାରୁ କମ ସୁଲଭ ସହର ଭାବେ ଚିହ୍ନଟ ହୋଇଛି।

👉 ମୁମ୍ବାଇରେ ୩.୫୪ କୋଟି ଟଙ୍କାର ଘର କିଣିବାକୁ ୧୦୯ ବର୍ଷ ସଞ୍ଚୟ ଆବଶ୍ୟକ ହେଉଥିବା ବେଳେ, ଗୁରୁଗ୍ରାମରେ ୨.୨୬ କୋଟି ଟଙ୍କାର ସମ୍ପତ୍ତି ପାଇଁ ୬୪ ବର୍ଷ ସଞ୍ଚୟ କରିବାକୁ ପଡ଼ୁଛି।

ଏପଟେ, ଚଣ୍ଡିଗଡ଼ ଓ ଜୟପୁରରେ ଅଧିକ ସୁଲଭ ଗୃହ ବଜାର ରହିଛି। ସେଠାରେ ୧୫-୧୬ ବର୍ଷରେ ୧୭.୪ ଲକ୍ଷ କିମ୍ବା ୧୬.୫ ଲକ୍ଷ ଟଙ୍କା ବାର୍ଷିକ ସଞ୍ଚୟ ସହିତ ଘର କିଣାଯାଇପାରେ।

ଭୁବନେଶ୍ୱରରେ ସମ୍ପତ୍ତି ମୂଲ୍ୟ ୧ କୋଟି ଟଙ୍କା ଅତିକ୍ରମ କରିଯାଇଥିବାରୁ, ମଧ୍ୟବିତ୍ତ ଏବଂ ନିମ୍ନ ଆୟକାରୀ ପରିବାର ପାଇଁ ଘର ମାଲିକାନା ପ୍ରାୟ ଅସମ୍ଭବ ହୋଇପଡ଼ୁଛି, ଯାହାରେ ସହର ଗୃହ ସଙ୍କଟରେ ପକାଇ ଯାଇଛି।