ଭୁବନେଶ୍ୱର: ବିଶ୍ୱଜିତ ମହାନ୍ତି ଗୁରୁବାର ପୂର୍ବାହ୍ନରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ର ସଦସ୍ୟ ରୂପେ ଶପଥ ଗ୍ରହଣ କରିଛନ୍ତି। ଶୈଳଶ୍ରୀ ବିହାରସ୍ଥିତ ଆୟୋଗ କାର୍ଯ୍ୟାଳୟରେ ଆୟୋଜିତ ଏହି ଅନୁଷ୍ଠାନରେ ଅଧ୍ୟକ୍ଷ ପ୍ରଦୀପ କୁମାର ଜେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।
ଏହି ଅବସରରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ଓପିଟିସିଏଲ ନିର୍ଦ୍ଦେଶକ ବି.ବି. ମେହତା, ଗ୍ରୀଡ଼କୋ ଏମଡି ତ୍ରିଲୋଚନ ପଣ୍ଡା, ଓଏଚ୍ପିସି ଡାଇରେକ୍ଟର ଶ୍ରୀ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଶ୍ରୀ ମହାନ୍ତିଙ୍କ ଶପଥ ଗ୍ରହଣ ସହିତ ଆୟୋଗର କାର୍ଯ୍ୟକୁ ଆହୁରି ଗତିଶୀଳ କରାଯିବ ବୋଲି ଅନୁମାନ କରାଯାଉଛି।