ଭୁବନେଶ୍ୱର, ୫ ଡିସେମ୍ବର: ବୋର୍ଡ ଓ ନିଗମଗୁଡ଼ିକରେ ନିଯୁକ୍ତି ନେଇ ରାଜ୍ୟ ସରକାର ଶୀଘ୍ର ନିଷ୍ପତ୍ତି ନେବ ଏବଂ ଘୋଷଣା କରିବ ବୋଲି ଓଡ଼ିଶା ଭାଜପା ସଭାପତି ମନମୋହନ ସାମଲ ଜଣାଇଛନ୍ତି। ବିଷୟଟି ନେଇ ଆଲୋଚନା ଓ ବିଚାରବିମର୍ଶ ଚାଲିଥିବା କହି ସେ କହିଛନ୍ତି ଯେ, “ଠିକ ସମୟରେ ନିଯୁକ୍ତି ଘୋଷଣା ହେବ। ଡେଡ୍ଲାଇନ ଦେବିନି, କିନ୍ତୁ ଖୁବଶୀଘ୍ର ବୋର୍ଡ ଓ ନିଗମ ନିଯୁକ୍ତି ହେବ।”

ମନମୋହନ ସାମଲଙ୍କ ଏହି ସୂଚନାରେ ରାଜନୈତିକ ମହଳରେ ଚର୍ଚ୍ଚା ଜୋରଦାର ହୋଇଛି ଏବଂ ଆଗାମୀ ଦିନରେ ବଡ଼ ପଦକ୍ଷେପ ହେବାର ସଙ୍କେତ ମିଳିଛି।