ଭୁବନେଶ୍ୱର: ତୁର୍କି ଦେଶ ପାକିସ୍ତାନକୁ ଭାରତ ବିରୋଧରେ ଆକ୍ରମଣ ପାଇଁ ଡ୍ରୋନ୍ ଯୋଗାଇଥିବା ଅଭିଯୋଗ ପରେ ସାରା ଦେଶରେ ତାଙ୍କ ବିରୋଧରେ ବ୍ୟାପକ ଖଣ୍ଡନ ଦେଖାଯାଉଛି। ସୋସିଆଲ ମିଡିଆରେ “Boycott Turkey” ହାସଟ୍ୟାଗ୍ ଟ୍ରେଣ୍ଡ କରୁଥିବା ବେଳେ, ଓଡ଼ିଶାର ବଜାର ମଧ୍ୟରେ ଏହାର ପ୍ରଭାବ ଦେଖାଯାଇଛି।
ତୁର୍କୀର ଫଳ, ବିଶେଷକରି ତୁର୍କି ସେଓ (Dry Fruits), ଓଡ଼ିଶା ବଜାରରୁ ଚାଲିଯିବା ନିମନ୍ତେ ଗ୍ରାହକଙ୍କ ଅସ୍ବୀକାର ବଡ଼ କାରଣ। ଖୁଚୁରା ବଜାରରେ ବିକ୍ରେତାମାନେ ତୁର୍କି ସେଓକୁ ଆଣିବା ବନ୍ଦ କରିଛନ୍ତି। ଯେଉଁ ଗୋଦାମରେ ଏହି ସେଓ ଥିଲା, ସେଠାରୁ ମାଲ ସ୍ଥାନାନ୍ତର କରାଯାଉଛି।
ଭଦ୍ରକରେ ବ୍ୟବସାୟୀମାନେ ଘୋଷଣା କଲେ – ତୁର୍କି ସାମଗ୍ରୀ ବିକ୍ରି ନଅ
ଭଦ୍ରକ ଜିଲ୍ଲାର ଫଳ ବ୍ୟବସାୟୀମାନେ ତୁର୍କି ସେଓ ସହିତ ଅନ୍ୟାନ୍ୟ ଡ୍ରାଏ ଫୁଡ୍ ବିକ୍ରି ବନ୍ଦ କରିବା ନିଷ୍ପତ୍ତି ନେଇଛନ୍ତି। ଗୋଦାମ ମାଲିକମାନେ ମଧ୍ୟ ତୁର୍କିରୁ କୌଣସି ନୂଆ ଆମଦାନି ନ କରିବାକୁ ସଂକଳ୍ପ କରିଛନ୍ତି।
ସମ୍ପର୍କ ଦେଖାଇ ଆଘାତ ଦେଲା ତୁର୍କି
ତୁର୍କିରେ ଭୂମିକମ୍ପ ହୋଇଥିବାବେଳେ ଭାରତ ତାଙ୍କୁ ସହଯୋଗ କରି ଉଦ୍ଧାର ଟିମ୍, ଖାଦ୍ୟ, ଔଷଧ ପଠାଇଥିଲା। ତେବେ ତୁର୍କି ଓଲଟା ଭାରତ ବିରୋଧରେ ପାକିସ୍ତାନକୁ ଡ୍ରୋନ୍ ଯୋଗାଇ ଦେଶର ଆନ୍ତର୍ଜାତିକ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଛି। ଏହି କାରଣରୁ ଗ୍ରାହକମାନେ ତାଙ୍କ ସାମଗ୍ରୀ ବ୍ୟାନ୍ କରିବା ପାଇଁ ଅନ୍ଦୋଳିତ ହୋଇଛନ୍ତି।
ତୁର୍କି ବିରୋଧରେ ଓଡ଼ିଶା ମଧ୍ୟ ଆଉ ଚୁପ୍ ନୁହେଁ
ଏହି ବୟକଟ୍ ଆନ୍ଦୋଳନ ଭାରତର ସ୍ୱାଭିମାନ ସହିତ ସଂପୃକ୍ତ ହୋଇଯାଇଛି। ଓଡ଼ିଶାରେ ତୁର୍କି ସାମଗ୍ରୀ ଉପରେ ବ୍ୟବସାୟୀ ଓ ଗ୍ରାହକଙ୍କ ଏହି ସମନ୍ୱିତ ପଦକ୍ଷେପ ଏକ ସ୍ପଷ୍ଟ ସନ୍ଦେଶ – ଦେଶ ବିରୋଧୀ କାର୍ଯ୍ୟର ସହଯୋଗକୁ କେବେ ବର୍ଦାଶ୍ତ କରାଯିବନି।