ଭୁବନେଶ୍ବର: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଏମ୍ସ ଭୁବନେଶ୍ବର ସହିତ ରାଜଧାନୀ ଓ ପାଶ୍ୱର୍ବର୍ତ୍ତୀ ଏକାଧିକ ସ୍ଥାନରେ ଚଢ଼ଉ କରିଛି। ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ସନ୍ଦେହରେ ଏହି ଅଭିଯାନ ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ମିଳିଛି।
ସିବିଆଇର ଅନେକ ଦଳ ଏମ୍ସ ସହିତ ଭୁବନେଶ୍ବରର କଳ୍ପନା ଅଞ୍ଚଳ ଓ ଜଗତସିଂହପୁର ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ଚଢ଼ଉ କରୁଛନ୍ତି। ଅଭିଯାନ ସମୟରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହେବାର ସୂଚନା ମିଳିଛି।