ଭୁବନେଶ୍ୱର, ୨୫ ଜୁନ୍: ରଥଯାତ୍ରା ନିକଟ ଆସୁଥିବାବେଳେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ଲକ୍ଷ୍ୟ କରି ନକଲି ୱେବସାଇଟ୍ ମାଧ୍ୟମରେ ହୋଟେଲ ବୁକିଂ ଠକେଇ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଓଡିଶା କ୍ରାଇମବ୍ରାଞ୍ଚ ସଚେତନତା ବାର୍ତ୍ତା ଜାରି କରିଛି ଓ ୧୧ଟି ନକଲି ୱେବସାଇଟ୍ ଚିହ୍ନଟ କରିଛି।
ଠକମାନେ କିପରି କାର୍ଯ୍ୟ କରୁଛନ୍ତି?
ଠକେଇକାରୀମାନେ ପୁରୀ, ଭୁବନେଶ୍ୱର, କଟକ ଭଳି ସହରର ପ୍ରସିଦ୍ଧ ହୋଟେଲଗୁଡ଼ିକର ନକଲି ୱେବସାଇଟ୍ ତିଆରି କରି ଲୋକଙ୍କୁ ଅଲ୍ପ ମୂଲ୍ୟର ଆକର୍ଷଣୀୟ ଅଫର ଦେଖାଇ ଠକେଇ କରୁଛନ୍ତି। ଏହି ମାମଲାରେ ସାଇବର ହେଲ୍ପଲାଇନ୍ 1930 ମାଧ୍ୟମରେ ଅଦ୍ୟାବଧି 317ଟି ଅଭିଯୋଗ ଆସିଛି।
ଚିହ୍ନଟ ହୋଇଥିବା ୧୧ଟି ଫେକ୍ ୱେବସାଇଟ୍ ତାଲିକା:
- https://www.hoteldeepganga.com/
- https://www.mayfairheritagepuri.org/
- https://www.hoteltamilnadu.com/
- https://otdcpanthanivaspuri.in
- https://www.hotelspuri.net
- https://hotel-panthanivas-puri-otdc.hotelsgds.com
- https://www.hotelpathanivaspuri.site
- https://otdcpanthanivaspuri.co.in
- http://www.otdcpanthanivas.in
- https://panthanivaspuri.co.in
- http://thehanscocopalms.in
କ୍ରାଇମବ୍ରାଞ୍ଚର ପଦକ୍ଷେପ:
ସୋସିଆଲ ମିଡିଆ ଟିମ୍ ଦ୍ୱାରା ଏହି ୱେବସାଇଟ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ଅଛି। ଗୁଗୁଲ୍ ଓ ଅନ୍ୟାନ୍ୟ ସର୍ଚ୍ଚ ଇଞ୍ଜିନ୍ ସହିତ ସମ୍ପର୍କ ସ୍ଥାପନ କରି ଏହି ୱେବସାଇଟ୍ଗୁଡିକୁ ବନ୍ଦ କରାଯିବା ପାଇଁ ଉଦ୍ୟମ ଚାଲିଛି।
ସଚେତନତା ବାର୍ତ୍ତା ନାଗରିକଙ୍କ ପାଇଁ:
- ସଦା ସର୍ଟିଫାଇଡ୍ ୱେବସାଇଟ୍ (ଯେପରିକି MakeMyTrip, Goibibo, Booking.com, Trivago) ମାଧ୍ୟମରେ ବୁକିଂ କରନ୍ତୁ।
- Google Maps ମାଧ୍ୟମରେ ହୋଟେଲ ଠିକଣା ଓ ଫୋନ୍ ନମ୍ବର କ୍ରସ୍ଚେକ୍ କରନ୍ତୁ।
- କ୍ଷେତ୍ରବିଶେଷରେ ଅଗ୍ରିମ ପେମେଣ୍ଟ ନକରନ୍ତୁ, ସୁରକ୍ଷିତ ଗେଟୱେ ବ୍ୟବହାର କରନ୍ତୁ।
- ବୁକିଂ ସମୟରେ ବୈଧ ଇନଭଏସ୍ କିମ୍ବା SMS/ଇମେଲ୍ ନିଶ୍ଚିତ କରନ୍ତୁ।
- ଅତି କମ ଦରର ଅଫର ଦେଖି ବୁକିଂ କରିବା ରୁ ରୋକିବା ଉଚିତ।
- ଠକାଯିବା ଦୃଷ୍ଟିଗୋଚର ହେଲେ, ତୁରନ୍ତ 1930 ନମ୍ବରରେ ରିପୋର୍ଟ କରନ୍ତୁ।