ମାଲକାନଗିରି: ଜିଲ୍ଲାର ଏମ୍‌ଭି-୧୮ ଗ୍ରାମରେ ଘଟିଥିବା ଏକ ଘଟଣା ରାଜ୍ୟବାସୀଙ୍କୁ ଆହତ କରିଛି। ଘରୁ ଟଙ୍କା ଓ ଗହଣା ଚୋରି କରୁଥିବା ବୋହୂଙ୍କ କାଣ୍ଡ ଶାଶୁଙ୍କ ଦୃଷ୍ଟିରେ ପଡ଼ିବା ପରେ, ବୋହୂ ଶାଶୁଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଶାଶୁ ଓ ଘର ପୋଡ଼ିଦେବା ପାଇଁ ଚେଷ୍ଟା କରିଥିଲେ।

ଅଭିଯୋଗ ଅନୁଯାୟୀ, ଏହି ଘଟଣା ଗତ ୨୭ ତାରିଖରେ ଘଟିଥିଲା। ଘଟଣା ସମ୍ବନ୍ଧରେ ରେଣୁକା ବୈଦ୍ୟଙ୍କ ପୁଅ ଅବିନାଶ ବୈଦ୍ୟ ତାଙ୍କ ସ୍ତ୍ରୀ ଜୟା ବିରୁଦ୍ଧରେ ମାଲକାନଗିରି ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି, ଯାହା ଉପରେ ମାମଲା ନଂ. ୨୨୫/୨୫ ରେଜିଷ୍ଟର୍ ହୋଇଛି।

ଅବିନାଶ ବୈଦ୍ୟ ବିବାହ ପରେ ବାହାର ରାଜ୍ୟରେ କାମ କରୁଥିଲେ, ଯେଉଁଥିରେ ଘରେ ତାଙ୍କ ମା’ ଓ ସ୍ତ୍ରୀ ଥିଲେ। ଶାଶୁ ରେଣୁକା ବୈଦ୍ୟ ଘରର ଟଙ୍କା ଓ ସୁନା ଚୋରି ହେଉଥିବା ଜାଣିପାରି ଏ ବିଷୟରେ ସନ୍ଦେହ ପ୍ରକାଶ କରି ଘରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ପୁଅଙ୍କୁ କହିଥିଲେ।

ଏହି କଥା ବୋହୂ ଜୟାଙ୍କୁ ଅସହ୍ୟ ଲାଗିଥିଲା ବୋଲି ପୋଲିସ ତଦନ୍ତରେ ଜଣାପଡ଼ିଛି। ସେଥିପାଇଂ ଶୋଇଥିବା ଶାଶୁଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ କରିଥିଲେ ଓ ଘରର କବାଟ ବନ୍ଦ କରି ୪ ମାସର ପୁଅକୁ ନେଇ ନିଜ ବାପଘର ଛତିଶଗଡ଼ ଚାଲି ଯାଇଥିଲେ।

ଠିକ ସମୟରେ ଗ୍ରାମବାସୀ ଏହା ଦେଖି ଗୁରୁତର ଅବସ୍ଥାରେ ରେଣୁକାଙ୍କୁ ମାଲକାନଗିରି ଜିଲା ଚିକିତ୍ସାଳୟକୁ ନେଇଥିଲେ। ମହିଳାଙ୍କ ଶରୀରର ୬୦ ଶତାଂଶରୁ ଅଧିକ ଅଂଶ ପୋଡ଼ିଯାଇଥିବାରୁ ପରେ ତାଙ୍କୁ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ପୋଲିସ ଘଟଣା ଉପରେ ତଦନ୍ତ ଆରମ୍ଭ କରିଛି। ବୋହୂଙ୍କ ଗିରଫ ସମ୍ପର୍କରେ ଖୁବ୍ ଶୀଘ୍ର ମାନ୍ୟତା ମିଳିପାରେ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି। ଜଣାଯାଇଛି ଯେ, ନିଆଁ ଲଗାଇବା ସମୟରେ ଜୟାଙ୍କ ଦୁଇ ହାତ ମଧ୍ୟ ପୋଡ଼ିଛି।