ଭୁବନେଶ୍ୱର: ଓଡ଼ିଶାର ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଡ଼ ଘୋଷଣା କରିଛନ୍ତି। ଏହିପରେ ସରକାରୀ ବସରେ ଛାତ୍ରଛାତ୍ରୀମାନେ ମାଗଣାରେ ସ୍କୁଲ୍ ଯାତ୍ରା କରିପାରିବେ। ପରିଚୟପତ୍ର ଦେଖାଇଲେ, ସେମାନଙ୍କୁ ଏହି ସୁବିଧା ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀ କହିଛନ୍ତି, ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ସେହିପରି ଜାତୀୟ ଶିକ୍ଷାନୀତି (NEP-2020) ଅନୁଯାୟୀ ପ୍ରାଥମିକ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ କରାଯିବାକୁ ସରକାର ପଦକ୍ଷେପ ନେବ।

SCERTକୁ NCERT ଢ଼ାଞ୍ଚାରେ ବିକଶିତ କରାଯିବା ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।