ମୁମ୍ବାଇ: ପିଲାଦିନରୁ ନୃତ୍ୟ ପ୍ରତି ଅସୀମ ଆକର୍ଷଣ ଥିବା ରୋଜା ମାତ୍ର ଦେଢ଼ବର୍ଷ ବୟସରୁ ନାଚ ଶିଖିବା ଆରମ୍ଭ କରିଥିଲେ। ନିରନ୍ତର ପରିଶ୍ରମ, ଶୃଙ୍ଖଳା ଓ ପ୍ରତିଭାର ମିଶ୍ରଣରେ ସେ ଆଜି ଏକ ସଫଳ ନୃତ୍ୟଶିଳ୍ପୀରୁ ବଲିଉଡର ଲୋକପ୍ରିୟ ନୃତ୍ୟ ନିର୍ଦ୍ଦେଶିକା ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି।
ବର୍ଷକ୍ରମେ ରୋଜା ଅନେକ ସଫଳତା ସାଉଁଟିବା ସହିତ ବିଭିନ୍ନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ଜଗତର ନାମୀଦାମୀ ଅଭିନେତା ଓ ଅଭିନେତ୍ରୀଙ୍କୁ ସେ ଚଳଚ୍ଚିତ୍ର, ଆୱାର୍ଡ ସୋ’ ଓ ଅନ୍ୟାନ୍ୟ ବଡ଼ କାର୍ଯ୍ୟକ୍ରମ ପାଇଁ ନୃତ୍ୟ ନିର୍ଦ୍ଦେଶନା ଦେଇଆସୁଛନ୍ତି।
ମାଧୁରୀ ଦୀକ୍ଷିତ, ରଶ୍ମିକା ମନ୍ଦାନା, କାଟ୍ରିନା କୈଫ, ବାଣୀ କପୁର ଓ ଅଭିଷେକ ବଚ୍ଚନଙ୍କ ପରି ଅନେକ ଖ୍ୟାତନାମା କଳାକାର ରୋଜାଙ୍କ ନୃତ୍ୟ ଦକ୍ଷତା ଓ ସୃଜନଶୀଳତାରେ ପ୍ରଭାବିତ ହୋଇଛନ୍ତି।
ଶିଶୁବୟସର ଏକ ସ୍ୱପ୍ନକୁ ଅଟୁଟ ଆତ୍ମବିଶ୍ୱାସ ସହ ଅନୁସରଣ କରି, ରୋଜା ଆଜି ବଲିଉଡରେ ଏକ ପ୍ରେରଣାଦାୟକ ନାମ ହୋଇଉଠିଛନ୍ତି।





