ଗୋପାଳପୁର (ଗଞ୍ଜାମ): ଗୋପାଳପୁର ଅଞ୍ଚଳରେ ଏକ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣାରେ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତକାଲି ୭ ଅଭିଯୁକ୍ତଙ୍କୁ ଅଟକ କରିଥିବା ପରେ, ଆଜି ବାକି ୩ ଜଣଙ୍କୁ ଗୋପାଳପୁର ପୋଲିସ ଧରିପାରିଛି। ସେମାନେ ବାହାର ରାଜ୍ୟକୁ ପଳାଇବା ଚେଷ୍ଟା କରୁଥିବା ବେଳେ ଗିରଫ ହୋଇଛନ୍ତି।

ଘଟଣା ସମ୍ବନ୍ଧରେ ଜଣାପଡିଛି ଯେ, ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଏକ ଯୁବତୀ ଗତକାଲି ନିଜ ପୁରୁଷ ବନ୍ଧୁଙ୍କ ସହିତ ଗୋପାଳପୁର ବୁଲିବାକୁ ଗଲେ। ସନ୍ଧ୍ୟା ବେଳେ ଗାଁଠିଆ ଜାଗାରେ ବସିଥିବା ସମୟରେ କିଛି ଯୁବକ ସେମାନଙ୍କୁ ଘେରି ଅସଦାଚରଣ କଲେ ଓ ପୁରୁଷ ବନ୍ଧୁଙ୍କୁ ବାନ୍ଧି ରଖି, ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ।

ଘଟଣା ପରେ, ଯୁବତୀ ଓ ତାଙ୍କ ବନ୍ଧୁ ଗୋପାଳପୁର ଥାନାକୁ ଯାଇ ପୋଲିସକୁ ଘଟଣା ବିବରଣୀ ଦେଇ ଅଭିଯୋଗ କରିଥିଲେ। ପୋଲିସ ତୁରନ୍ତ ପ୍ରତିକ୍ରିୟା ଜଣାଇ ମାମଲା ରେଜିଷ୍ଟର କରି, ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା।

ପୋଲିସ ସୂତ୍ର ଅନୁଯାୟୀ, ଆଜି ଘଟଣାସ୍ଥଳକୁ ଯାଇ ଆଉ ଓଧିକ ସାକ୍ଷ୍ୟ ସଂଗ୍ରହ କରାଯିବ ଓ ମାମଲାକୁ ଆଉ ଗଭୀର ଭାବରେ ତଦନ୍ତ କରାଯିବ।

ପ୍ରାଥମିକ ତଦନ୍ତ ଅନୁଯାୟୀ, ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ଅନୁମାନ ମଧ୍ୟ ରହିଛି, ଓ ତଦନ୍ତ ଚାଲିଛି।