ଭୁବନେଶ୍ୱର, ୧୬/୦୭: ଓଡ଼ିଶାରେ ଚାଲୁଥିବା ବର୍ଷା ପରିସ୍ଥିତି ନେଇ ପାଣିପାଗ ବିଭାଗ ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି। ଏହି ବେଳେ ବର୍ଷା ସହିତ ଘଡ଼ଘଡ଼ି, ବଜ୍ରପାତ ଓ ପବନ ବେଗ ବଢ଼ିବା ସମ୍ଭାବନା ରହିଛି।
୧୫ଟି ଜିଲା— ଝାରସୁଗୁଡ଼ା, ଭଦ୍ରକ, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୩୦-୪୦ କି.ମି. ବେଗରେ ପବନ ବହିପାରେ ବୋଲି ଚେତାବନୀ ମିଳିଛି। ଏହି ଜିଲାଗୁଡ଼ିକୁ ପାଣିପାଗ ବିଭାଗ ୟେଲୋ ୱାର୍ନିଂ ଜାରି କରିଛି।
ସେହିପରି, ଆସନ୍ତା ୧୮ ତାରିଖରେ ବଜ୍ରପାତ ସମ୍ଭାବନା ଦୃଷ୍ଟିରେ ଅନ୍ୟ ୨୩ ଟି ଜିଲା ପାଇଁ ମଧ୍ୟ ୟେଲୋ ୱାର୍ନିଂ ଘୋଷଣା କରାଯାଇଛି। ଏହି ବର୍ଷାରେ କୌଣସି ବଡ଼ ପରିବର୍ତ୍ତନ ନ ଘଟିବା ଆଶା କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।