ଭୁବନେଶ୍ୱର – ଓଡ଼ିଶାରେ ବର୍ତ୍ତମାନ ବାତାବରଣ ବେସ୍ତ ବିଚଳିତ। ପଶ୍ଚିମାଝଡ ର ପ୍ରଭାବ ଓ କାଳବୈଶାଖୀ ବେଳେବେଳେ ଅଭିନବ ରୂପ ନେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ଆସନ୍ତା ଚାରି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା, ବିଜୁଳି ଘଡଘଡି ଓ ଝଟ୍‌କା ପବନ ବହିବାର ସମ୍ଭାବନା ରହିଛି।

ଅରେଞ୍ଜ ଆଲର୍ଟ ଜାରି ଥିବା ଜିଲ୍ଲାଗୁଡ଼ିକ:

କେନ୍ଦୁଝର, ମୟୂରଭଂଜ, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗିର – ଏହି ୯ ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ଏଠାରେ ଝଡ଼ ବର୍ଷା ସହିତ କୁଆପଥର ବର୍ଷା ଓ ବେଗବାନ୍ ପବନ ଆସିପାରେ।

ଅନ୍ୟ ଜିଲ୍ଲାମାନେ ୟେଲୋ ଆଲର୍ଟ ରେ

୨୯ ଟି ଜିଲ୍ଲାକୁ ସାଧାରଣ ବାର୍ଷା ଓ ବିଜୁଳି ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ଏହି ଅବସ୍ଥା ଅଗାମୀ ୪ ତାରିଖ ଯାଏଁ ଚାଲିପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

ପବନର ତିବ୍ରତା ଓ ପ୍ରଭାବ

ଭୁବନେଶ୍ୱର, କଟକ, ପୁରୀ, ତାଳଚେର ଓ ଜଗତସିଂହପୁର ସହ ବ୍ୟାପକ ଅଞ୍ଚଳରେ ବେଶି ବେଗରେ ପବନ ବହିଛି। ଭୁବନେଶ୍ୱରରେ ପବନ ଘଣ୍ଟାପ୍ରତି ୮୧ କିମି ବେଗରେ ଚାଲିଥିଲା, ଯେଉଁଥିରେ ବଡ଼ ବଡ଼ ଗଛ ଉପୁଡ଼ିପଡ଼ିଛି, ଘର ଛାତ ଓ ଛପର ଉଡ଼ିଯାଇଛି। କଟକ ଓ ଜଗତସିଂହପୁର ରେ ପବନର ବେଗ ୬୮ କିମି, ପୁରୀରେ ୬୩ କିମି ଓ ତାଳଚେରରେ ୬୧ କିମି ଥିଲା।

ପାଣିପାଗ ବିଭାଗର ସତର୍କ ବାଣୀ

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ଲଘୁଚାପ ଜନିତ ବର୍ଷାର ପ୍ରକୋପ ଆଗକୁ ଭୀଷଣ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ପାଇଁ ଆଲର୍ଟ ଜାରି କରିଛନ୍ତି। ଅଗ୍ନିଶମ ବିଭାଗ, ଓଡ୍ରାଫ୍, ଏନ୍‌ଡ଼ିଆର୍‌ଏଫ୍ ସମସ୍ତେ ସଜାଗ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହାସହ ଦୁର୍ବଳ ନଦୀବନ୍ଧ ଗୁଡିକ ଉପରେ ନଜର ରଖିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ପାଣିପାଗ ବିଭାଗ ରାଜ୍ୟବାସୀଙ୍କୁ ଅନୁରୋଧ କରିଛି ଯେ, ଏଭଳି ଅବସ୍ଥାରେ ଖାଲି ମଇଦାନ, ଉଚ୍ଚ ଅଞ୍ଚଳରେ ରହିବାରୁ ବର୍ଜନ କରନ୍ତୁ। ଅନାବଶ୍ୟକ ଭାବରେ ବାହାରକୁ ନ ଯିବାକୁ ବି ଉପଦେଶ ଦେଇଛି।