ଦେବଗଡ଼: ଦେବଗଡ଼ ଜିଲ୍ଲାରେ ବ୍ୟାପକ ପରିମାଣର ବେଆଇନ ଅଫିମ ଚାଷକୁ ଧ୍ୱଂସ କରାଯାଇଛି। Deogarh ଜିଲ୍ଲାର Riamal ଥାନା ଅଞ୍ଚଳ ଅଧୀନ ମଳେହିପଡ଼ା ପଞ୍ଚାୟତର କାଦୋପଡ଼ା ଗ୍ରାମ ସମୀପ ବାଉଁଶଯୋରା ନାଳ ପାଖରେ ସରକାରୀ ଜମିରେ ଏହି ଅବୈଧ ଚାଷ ଚାଲୁଥିବା ଚିହ୍ନଟ ହୋଇଥିଲା।
ଗୁପ୍ତ ସୂଚନା ଆଧାରରେ Odisha Excise Department ଦେବଗଡ଼ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରି ବ୍ୟାପକ ଅଫିମ ଚାଷକୁ ଧ୍ୱଂସ କରିଥିଲେ। ପ୍ରାଥମିକ ଆନୁମାନ ଅନୁଯାୟୀ, ନଷ୍ଟ ହୋଇଥିବା ଫସଲର ବଜାରମୂଲ୍ୟ ପ୍ରାୟ ୨୫ କୋଟି ଟଙ୍କା ହେବ।
ଅଧିକାରୀମାନଙ୍କ କହିବା ଅନୁଯାୟୀ, ସରକାରୀ ଜମିକୁ ଦଖଲ କରି ଗୁପ୍ତଭାବେ ଏହି ଅବୈଧ ଚାଷ କରାଯାଉଥିଲା। ଘଟଣାସ୍ଥଳରୁ ଚାଷ ସମ୍ପର୍କିତ କିଛି ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହା ପଛରେ କେହି ଜଡିତ ଅଛନ୍ତି ତାହା ନେଇ ତଦନ୍ତ ଆରମ୍ଭ ହୋଇଛି।
ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜିଲ୍ଲାରେ ଅବୈଧ ମଦ ଓ ନିଷିଦ୍ଧ ଚାଷ ବିରୋଧରେ ଏଭଳି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।





