ତେହରାନ୍/ୱାସିଂଟନ୍, ୧୮/୦୬: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ତୀବ୍ର ରୂପ ନେଇଥିବା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଇରାନ୍କୁ ଦିଆଯାଇଥିବା ନିସର୍ତ୍ତ ଆତ୍ମସମର୍ପଣ ପ୍ରସ୍ତାବ ପ୍ରତି ଇରାନ୍ ସୁପ୍ରିମଲିଡର ଆୟାତୋଲ୍ଲା ଅଲୀ ଖାମେନେଇ କଠୋର ପ୍ରତିକ୍ରିୟା ଜଣାଇଛନ୍ତି।
ଏକ ସୋସିଆଲ ମିଡିଆ ପୋଷ୍ଟରେ ଖାମେନେଇ ସ୍ପଷ୍ଟ କରିଛନ୍ତି, ଯଦି ଆମେରିକା ଇସ୍ରାଏଲ୍ଙ୍କ ଏୟାରଷ୍ଟ୍ରାଇକ୍ରେ ସାମିଲ ହୁଏ, ତେବେ ସେଥିପାଇଁ ଏକ ବଡ଼ ମୂଲ୍ୟ ଦେଖିବାକୁ ପଡ଼ିବ। ଆମେରିକା ଅପୂରଣୀୟ କ୍ଷତି ସହିବ, ବୋଲି ସେ ଚେତାବନୀ ଦେଇଛନ୍ତି।
ଖାମେନେଇ କହିଛନ୍ତି, “ଯେଉଁମାନେ ଇରାନ୍ର ଇତିହାସ ଜାଣନ୍ତି, ସେମାନେ ଧମକର ଭାଷା ବୁଝନ୍ତି ନାହିଁ। ଇରାନ୍ କେବେ ନିମ୍ନମୁଖୀ ହେବ ନାହିଁ, ଆମେ ସରେଣ୍ଡର କରିବା ନୁହେଁ।”
ଏହି ପ୍ରସଙ୍ଗରେ ଇରାନ୍ ବହିର୍ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଘୋଷଣା କରିଛି ଯେ, ଆମେରିକୀୟ ହସ୍ତକ୍ଷେପକୁ ଯୁଦ୍ଧ ଜରିଆରେ ଉତ୍ତର ଦିଆଯିବ।
ଏପରି ସମୟରେ ଟ୍ରମ୍ପ ମଧ୍ୟ କହିଛନ୍ତି ଯେ ଖାମେନେଇ କେଉଁଠି ଅଛନ୍ତି, ଆମେରିକା ଜାଣେ, ହେଲେ ତାଙ୍କୁ ଏବେ ହତ୍ୟା କରିବା ଆମ ଲକ୍ଷ୍ୟ ନୁହେଁ।
ଯୁଦ୍ଧ ପରିସ୍ଥିତି ତୀବ୍ର: ବୁଧବାର ଇସ୍ରାଏଲ୍-ଇରାନ୍ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଛି। ଇସ୍ରାଏଲ୍ର ଆକ୍ରମଣରେ ଇରାନ୍ରେ ମୃତ୍ୟୁ ସଂଖ୍ୟା ୬୦୦ ଅତିକ୍ରମ କରିଛି। ଏହି ଉତ୍ତେଜନା ମଧ୍ୟରେ ଇରାନ୍ ତେଲ୍ଆଭିଭ୍କୁ ଲକ୍ଷ୍ୟ କରି ‘ଫତହ-୧’ ମିଶାଇଲ୍ ମାରିଛି ବୋଲି ସୂଚନା ମିଳିଛି, ଯାହାରେ ଇସ୍ରାଏଲ୍ରେ ଅଦ୍ୟାବଧି ୨୫ ଜଣ ନିହତ ହୋଇଛନ୍ତି।