ଭୁବନେଶ୍ୱର: ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ ଜିତୁ ରାଉତ ପୁନର୍ବାର ସୁର୍ଖିଆରେ ଆସିଛନ୍ତି। ଦୀର୍ଘ ୩ ଦଶକ ଧରି ଓଡ଼ିଆ ଚଳଚ୍ଚିତ୍ର ଓ ମ୍ୟୁଜିକ୍ ଭିଡିଓ ରେ ନୃତ୍ୟ ନିର୍ଦ୍ଦେଶନା କରୁଥିବା ଜିତୁ, ବିନି ସାମଲଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ବନ୍ୟାସିତ ଓଡ଼ିଆ ଛବି ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ରେ ଦୁଇଟି ଗୀତକୁ ନୃତ୍ୟ ନିର୍ଦ୍ଦେଶନା କରିଛନ୍ତି।

ଏହି ଛବିର ଗୀତ ‘ପିଣ୍ଡରୁ ବ୍ରହ୍ମାଣ୍ଡ’ ଏବଂ ଶୀର୍ଷକ ଗୀତକୁ ସେ ନୃତ୍ୟାବଦ୍ଧ କରିଛନ୍ତି। ଏହି ଗୀତମାନଙ୍କର ବିଶେଷତା ହେଉଛି ଯେ, ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଏଥିରେ ନୃତ୍ୟ କରାଇବା ପାଇଁ ଜିତୁଙ୍କୁ ସୁଯୋଗ ମିଳିଛି।

ଜିତୁ ରାଉତଙ୍କ କ୍ୟାରିୟରର ଆରମ୍ଭ ହୋଇଥିଲା ଡିଡି-୧ ରେ ପ୍ରସାରିତ ‘ରଜନୀଗନ୍ଧା’ କାର୍ଯ୍ୟକ୍ରମ ମାଧ୍ୟମରେ। ଏପର୍ଯ୍ୟନ୍ତ ସେ ୭୦୦୦ରୁ ଅଧିକ ମ୍ୟୁଜିକ୍ ଭିଡିଓ ଏବଂ ୨୩ଟି ଓଡ଼ିଆ ଚଳଚ୍ଚିତ୍ରରେ କୋରିଓଗ୍ରାଫି କରିଛନ୍ତି। ସବ୍ୟସାଚୀ ଓ ଅର୍ଚ୍ଚିତା ଅଭିନୀତ ‘ମୁଁ ଏକା ତୁମର’ ର ଶୀର୍ଷକ ଗୀତ ତାଙ୍କର ଲୋକପ୍ରିୟ କାମଗୁଡିକ ମଧ୍ୟରୁ ଗଣାଯାଏ।

ନୃତ୍ୟ ନିର୍ଦ୍ଦେଶନା ପାଇଁ ପ୍ରଶଂସିତ ହେବା ସହିତ ଜିତୁ ଏକ ସିନେ ନିର୍ଦ୍ଦେଶକ ଭାବେ ମଧ୍ୟ ନିଜ ପରିଚୟ ଗଢିଛନ୍ତି। ତାଙ୍କ ନିର୍ଦ୍ଦେଶିତ ‘ରୁଦ୍ର’ ଛବି ୨୦୧୩ ମସିହାରେ ମୁକ୍ତି ପାଇଥିଲା, ଯେଉଁଥିରେ ତାଙ୍କ ନିର୍ଦ୍ଦେଶନାର କଳା ଦର୍ଶାଯାଇଥିଲା। ବର୍ତ୍ତମାନ ସେ ନିର୍ଦ୍ଦେଶନା କରୁଥିବା ଚଳଚ୍ଚିତ୍ର ‘ରାମନାମ୍ ସତ୍ୟ ହେ’ ମଧ୍ୟ ମୁକ୍ତି ପ୍ରତୀକ୍ଷାରେ ରହିଛି।