କୋଣାର୍କ: କୋଣାର୍କର କାଦୁଆ ପଞ୍ଚାୟତ ସମା ବ୍ରିଜ୍ ନିକଟରେ ଲକ୍ଷ୍ମୀ ବସ୍ ଭାରସାମ୍ୟ ହରାଇ ନଦୀକୁ ଓଲଟି ପଡ଼ିଥିବା ଘଟଣା ଘଟିଛି। କାକଟପୁରରୁ କୋଣାର୍କ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସଭାଗ୍ୟକ୍ରମେ ବଡ଼ ଦୁର୍ଘଟଣା ହେବା ସତ୍ତେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପ୍ରାୟ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

ଷ୍ଟିୟରିଂ ବିକଳ ହେବା ଯୋଗୁ ଦୁର୍ଘଟଣା:

ଡ୍ରାଇଭରଙ୍କ କହିବା ଅନୁଯାୟୀ, ବସ୍‌ର ଷ୍ଟିୟରିଂ ହଠାତ୍ କାମ କରିବା ବନ୍ଦ ହୋଇଯାଇଥିଲା। ଫଳସ୍ୱରୁ ବସ୍ ଭାରସାମ୍ୟ ହରାଇ ନଦୀ ଭିତରକୁ ଖସିପଡ଼ିଥିଲା। ଅନ୍ୟପଟେ, ସ୍ଥାନୀୟ ଲୋକମାନେ ବେପରୁଆ ଡ୍ରାଇଭିଂକୁ ମଧ୍ୟ ଦୁର୍ଘଟଣାର ମୂଳ କାରଣ ଭାବେ ଅଭିଯୋଗ କରିଛନ୍ତି।

ପୂର୍ବରୁ ମଧ୍ୟ ଘଟିଛି ଏପରି ଘଟଣା:

ଏହା ପ୍ରଥମ ନୁହେଁ ଯେ ଲକ୍ଷ୍ମୀ ବସ୍ ଦୁର୍ଘଟଣାରେ ଜଡ଼ିତ ହୋଇଛି। ପୂର୍ବରୁ ମଧ୍ୟ ବହୁଥର ଏହି ବସ୍ ଦୁର୍ଘଟଣା ଘଟାଇଛି। କେବେ ବ୍ରେକ୍‌ ଫେଲ୍‌ ହେବା ଯୋଗୁଁ ଓ କେବେ ଚାଳକଙ୍କ ଅବହେଳାରୁ ଯାତ୍ରୀମାନେ ଜୀବନ ହାରାଇଛନ୍ତି।

ସମ୍ପ୍ରତିକ ଦୁର୍ଘଟଣା ଉଦାହରଣ:

  • ଗତ ବୁଧବାର ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରେ ବ୍ରେକ୍‌ ଫେଲ୍‌ ହେବାରୁ ଲକ୍ଷ୍ମୀ ବସ୍‌ ଘାଟି ତଳକୁ ଖସି ପଡ଼ିଥିଲା, ଯେଉଁଥିରେ ୩ ଜଣ ଆହତ ହୋଇଥିଲେ।
  • ଫେବ୍ରୁଆରୀ ୨୮ରେ ଜଗତସିଂହପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଜଣେ ଯୁବକଙ୍କୁ ଚାପି ମାରିଥିଲା।
  • ପୂର୍ବବର୍ଷ ନଭେମ୍ବର ୩ ଓ ୧୩ ତାରିଖରେ ମଧ୍ୟ ଏହି ବସ୍ ନବରଙ୍ଗପୁର ଜିଲ୍ଲାରେ ଦୁଇଟି ଭିନ୍ନ ଦୁର୍ଘଟଣା କରିଥିଲା, ଯେଉଁଠାରେ ଜୀବହାନି ହୋଇଥିଲା।

ସାଧାରଣ ଲୋକମାନେ ଏହିପରି ପୁନଃପୁନି ଘଟୁଥିବା ଦୁର୍ଘଟଣା ନେଇ ପ୍ରଶାସନକୁ ଶୀଘ୍ର କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରୁଛନ୍ତି।