ଭୁବନେଶ୍ବର: ପବିତ୍ର ରବିବାର ରାତିରେ Lingaraj Templeରେ ମହାଦୀପ ଉଠିବା ସହ ସମଗ୍ର ଏକାମ୍ର କ୍ଷେତ୍ର ଭକ୍ତିମୟ ପରିବେଶରେ ମୁଗ୍ଧ ହୋଇଉଠିଲା। ରାତି ପ୍ରାୟ ୮ଟା ୩୫ ମିନିଟ୍‌ରେ ମହାଦୀପ ଉଠିଥିଲା। ଯଦିଓ ରାତି ୧୦ଟାରେ ସମୟ ନିର୍ଘଣ୍ଟ ଧାର୍ଯ୍ୟ ହୋଇଥିଲା, ପ୍ରାୟ ଦେଢ଼ଘଣ୍ଟା ପୂର୍ବରୁ ଏହି ଅଲୌକିକ ଦୃଶ୍ୟ ଦର୍ଶନ କରିବାର ସୌଭାଗ୍ୟ ଭକ୍ତମାନେ ପାଇଥିଲେ।

ପ୍ରାୟ ୧୦ ଲକ୍ଷ ଶ୍ରଦ୍ଧାଳୁ ମହାଦୀପ ଦର୍ଶନ କରି ଭାବବିଭୋର ହୋଇଉଠିଥିଲେ। ମନ୍ଦିର ପରିସର ଓ ଚତୁର୍ଦ୍ଦିଗ ଶିବମନ୍ତ୍ର ଓ ହର ହର ମହାଦେବ ଧ୍ୱନିରେ ଗୁଞ୍ଜରିତ ହୋଇଉଠିଥିଲା।

୩୩୦ କୋଟିର ବିକାଶ ଯୋଜନା

ଏହି ଅବସରରେ ମୁଖ୍ୟମନ୍ତ୍ରୀ Mohan Charan Majhi ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଆୟୋଜିତ ଭଜନ ସମାରୋହରେ ଯୋଗଦେଇ ଏକାମ୍ର କ୍ଷେତ୍ର ବିକାଶ ପାଇଁ ୩୩୦ କୋଟି ଟଙ୍କାର ଘୋଷଣା କରିଥିଲେ।

ସେ କହିଥିଲେ, ପ୍ରଥମ ପର୍ଯ୍ୟାୟରେ ୧୮୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ମିଳିବାକୁ ଥିବା ୧୫୦ କୋଟି ଟଙ୍କାରେ Bindu Sagarର ସୌନ୍ଦର୍ଯ୍ୟୀକରଣ ଓ ଏକ ବ୍ୟାଖ୍ୟାନ କେନ୍ଦ୍ର ସ୍ଥାପନ କରାଯିବ।

ଏହି ପଦକ୍ଷେପ ଏକାମ୍ର କ୍ଷେତ୍ରକୁ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ମାନଚିତ୍ରରେ ଆହୁରି ସୁଦୃଢ଼ କରିବାରେ ସାହାଯ୍ୟ କରିବ ବୋଲି ମତ ପ୍ରକାଶ ପାଇଛି।