ଭୁବନେଶ୍ୱର : ଆସନ୍ତା ନଭେମ୍ବର ୨୨ ତାରିଖରେ ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ ଭାରତୀୟ ପାଣିପାଗ ବିଭାଗ (IMD) କରିଛି। ଏହି ପ୍ରଣାଳୀ ବାତ୍ୟାରେ ପରିଣତ ହେବ କି ନାହିଁ, ସେଛୁଆଁ ନେଇ ଆଇଏମଡି ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ଦେଇନାହାଁତ।
୪୮ ଘଣ୍ଟା ମଧ୍ୟରେ ଶକ୍ତିଶାଳୀ ହେବାର ପୂର୍ବାନୁମାନ
ଆଇଏମଡି ସୂଚନା ଅନୁଯାୟୀ, ନଭେମ୍ବର ୨୪ ସୁଦ୍ଧା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଡିପ୍ରେସନ୍ରେ ପରିଣତ ହେବାର ସମ୍ଭାବନା ଅଛି। ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ଶକ୍ତିଶାଳୀ ହେବ ବୋଲି କୁହାଯାଇଛି।
ଓଡ଼ିଶାରେ ଚାରି ଦିନ ଧରି ପ୍ରବଳ ବର୍ଷା ସମ୍ଭାବନା
ଲଘୁଚାପର ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ଆସନ୍ତା ଚାରି ଦିନ ଧରି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷକରି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବା ଉପକ୍ରମ ରହିଛି।
ନଭେମ୍ବର ୨୫ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହଳୁକ ଠାରୁ ପ୍ରବଳ ବର୍ଷା ପଡ଼ିବ ବୋଲି ପାଣିପାଗ ଅଧିକାରୀମାନେ କହିଛନ୍ତି।





