ଭୁବନେଶ୍ୱର, ୨୭ ଜୁନ: ଓଡ଼ିଶାରେ ବର୍ତ୍ତମାନ ବିଭିନ୍ନ ଅଞ୍ଚଳରେ ବର୍ଷା ଚାଲିଥିବା ସମୟରେ ଆସନ୍ତା ୩୦ ତାରିଖରେ ଆଉ ବେଶି ବର୍ଷା ହେବାର ସମ୍ଭାବନା ବ୍ୟକ୍ତ କରିଛି ପାଣିପାଗ ବିଭାଗ। ଉତ୍ତର ବଙ୍ଗୋପସାଗର ଓ ତାହାର ସାନ୍ନିହିତ ବାଂଲାଦେଶ–ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଓ ତାହା ୩୦ ତାରିଖକୁ ଲଘୁଚାପରେ ପରିଣତ ହେବା ନେଇ ପ୍ରତିକ୍ରିୟା ମିଳିଛି।

ବର୍ଷା ରେକର୍ଡ:

ଶୁକ୍ରବାର ଭଦ୍ରକରେ ୧୭.୨ ମି.ମି., ଭବାନୀପାଟଣାରେ ୧୩.୨ ମି.ମି., ଦାରିଙ୍ଗିବାଡ଼ିରେ ୧୨ ମି.ମି., ଚାନ୍ଦବାଲିରେ ୮.୯ ମି.ମି. ଏବଂ ଯାଜପୁରରେ ୮ ମି.ମି. ବର୍ଷା ହୋଇଛି।

ୟେଲୋ ଓ୍ବାର୍ନିଂ ଜାରି:

୩୦ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ମୟୂରଭଞ୍ଜ ଜିଲାକୁ ପ୍ରବଳ ବର୍ଷା ନେଇ ଯେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ବଜ୍ରପାତ ଓ ଝଟ୍କା ପବନ ସନ୍ଦର୍ଭରେ ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାକୁ ମଧ୍ୟ ସତର୍କ ରହିବାକୁ ଦିଆଯାଇଛି।

ପ୍ରଶାସନ ପକ୍ଷରୁ ଲୋକଙ୍କୁ ବଜ୍ରପାତ ସମୟରେ ଖୋଲା ଅଞ୍ଚଳରେ ନ ରହିବା ଓ ସୁରକ୍ଷିତ ସ୍ଥାନରେ ଥିବା ପାଇଁ ଉପଦେଶ ଦିଆଯାଇଛି।