ମାଲକାନଗିରି: ଏପରିକି ମାସ ଭିତରେ ୩୦୦ରୁ ଅଧିକ ନକ୍ସଲ ଅସ୍ତ୍ର ଛାଡି ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଘଟଣା ମାଓବାଦୀ ସଂଗଠନକୁ ଭାରି ଅସ୍ବସ୍ଥ କରିଛି। ଏହି ଆତ୍ମସମର୍ପଣକୁ “ଗଦ୍ଦାରୀ” ବୋଲି ଆଖ୍ୟା ଦେଇ ମାଓ ସଂଗଠନର କେନ୍ଦ୍ରୀୟ ସମିତି ଏକ ପ୍ରେସ ବିଜ୍ଞପ୍ତି ଜାରି କରିଥିଲା। ସେଥିରେ ସଂଗଠନ ଏହି ଆତ୍ମସମର୍ପିତ ନକ୍ସଲମାନଙ୍କୁ ଜନତା କେବେ ମଧ୍ୟ କ୍ଷମା କରିବେ ନାହିଁ ବୋଲି ସତର୍କ କରିଥିଲା।
ତେବେ ଏହାର ଉତ୍ତର ଭାବରେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ରୂପେଶ ଏକ ଭିଡିଓ ଜାରି କରି ନିଜ ମତ ଖୋଲାସା କରିଛନ୍ତି। ସେ କହିଛନ୍ତି ଯେ ଆତ୍ମସମର୍ପଣ କରିବା ତାଙ୍କର ନିଜସ୍ଵ ନିଷ୍ପତ୍ତି, କୌଣସି ଚାପ ବା ଦବାବ ନୁହେଁ। ସେ ଆହୁରି ଯୋଗ କରିଛନ୍ତି ଯେ ଅନ୍ୟ ନକ୍ସଲମାନେ ମଧ୍ୟ ନିଜ ମତାନୁସାରେ ନିଷ୍ପତ୍ତି ନେଇଛନ୍ତି, ଏବଂ ସେ କେବେ ମଧ୍ୟ ସେମାନଙ୍କୁ ଆତ୍ମସମର୍ପଣ ପାଇଁ ପ୍ରବର୍ତ୍ତାଇ ନଥିଲେ।
ରୂପେଶ ଭିଡିଓରେ କହିଛନ୍ତି ଯେ ସଂଗଠନର ପୂର୍ବତନ ମହାସଚିବ ବାସବରାଜୁ ଦାଦା ଅସ୍ତ୍ର ବିରତି କରି ଆଲୋଚନା ଆରମ୍ଭ କରିବାକୁ ମତ ଦେଇଥିଲେ। କିନ୍ତୁ ତାଙ୍କ ମୃତ୍ୟୁ ପରେ ସଂଗଠନ ଭିତରେ ଅସମନ୍ୱୟ ସୃଷ୍ଟି ହୋଇଥିଲା ଓ କିଛି ନେତା ନିଜ ସ୍ବାର୍ଥରେ ନିଷ୍ପତ୍ତି ନେଇଥିଲେ।
ସେ କହିଛନ୍ତି, “ଆମେ ଜୀବନ ହାରିଲେ ଲୋକଙ୍କ ପାଇଁ କିଛି କରିପାରିବୁ ନାହିଁ। ତେଣୁ ଜୀବନ ବଞ୍ଚାଇ ଲୋକଙ୍କ ସେବା କରିବା ଆମର ଲକ୍ଷ୍ୟ।” ସେହିପାଇଁ ଅସ୍ତ୍ର ତ୍ୟାଗ କରି ସମାଜ ସହିତ ଯୋଡିତ ହେବା





