କାଣ୍ଟାବାଞ୍ଜି: ଆସନ୍ତା ୧୫ ନଭେମ୍ବର (ଶନିବାର) ସନ୍ଧ୍ୟା ୮ଟାରୁ ମାରୱାଡ଼ୀ ଯୁବ ମଞ୍ଚର ବିକାସ ଶାଖା ଓ ଜାଗୃତି ଶାଖାଙ୍କ ଯୁଗଳ ପରିଚାଳନାରେ ଓଂକାରମଲ୍ ଭବନ, କାଣ୍ଟାବାଞ୍ଜିରେ ଏକ ଭବ୍ୟ କବି ସମ୍ମିଳନୀର ଆୟୋଜନ ହେବ। ଏହି ସାହିତ୍ୟିକ ଆସରରେ ହାସ୍ୟ, ବ୍ୟଙ୍ଗ, ଗୀତ ଓ ଗଜଲରେ ସୁଗନ୍ଧରେ ସରା ସହର ମୁଗ୍ଧ ହେବ ବୋଲି ଆୟୋଜକମାନେ ଆଶା କରିଛନ୍ତି।
ଦେଶବ୍ୟାପୀ ଖ୍ୟାତିଲାଭ କରିଥିବା କବି ଅନାମିକା ଜେନ୍ ଅମ୍ବର, ସୌରଭ ଜେନ୍ ସୁମନ୍, ସୁନ୍ଦର କାଟରିଆ, ହିମାଂଶୁ ବବଣ୍ଡେ ଓ ବିନୋଦ ପାଲ୍ ଏହି ଆସରରେ ନିଜର କବିତା ପାଠ ମାଧ୍ୟମରେ ଦର୍ଶକମାନଙ୍କୁ ମନୋରଞ୍ଜନ କରିବେ।
ବିକାସ ଶାଖାର ଅଧ୍ୟକ୍ଷ ନିଖିଲ ଅଗ୍ରୱାଲ ଓ ସଚିବ ନବୀନ ଅଗ୍ରୱାଲ, ଏବଂ ଜାଗୃତି ଶାଖାର ଅଧ୍ୟକ୍ଷ ଚଞ୍ଚଳ ବନ୍ସଲ ଓ ସଚିବ ଚଞ୍ଚଳ ଅଗ୍ରୱାଲ ଜଣାଇଛନ୍ତି ଯେ, ଆୟୋଜନର ସମସ୍ତ ପ୍ରସ୍ତୁତି ଦୁଇ ଶାଖା ମିଶିତି କରାଯାଉଛି। ପ୍ରାୟ ୧୫୦୦ ରୁ ୨୦୦୦ ଦର୍ଶକ ଉପସ୍ଥିତ ହେବାର ଆଶା ରହିଛି।
ପ୍ରୋଜେକ୍ଟ ଡାଇରେକ୍ଟର ମନୀଷ ଜେନ୍ ଓ ସଂଚାଳକ କୈଲାଶ ଜେନ୍ ଙ୍କ ସମନ୍ୱୟରେ ଏହି କବି ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ସମିତିର ଅନ୍ୟ ସଦସ୍ୟମାନେ ମଧ୍ୟ ଶେଷ ପର୍ଯ୍ୟାୟର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି।
ଏହି କାର୍ଯ୍ୟକ୍ରମକୁ Carter Unique Group (Gopal Jain), Sagar Multi Speciality Hospital (Raipur), Pluto – R.K. Traders, Rosebey Resort, Kantabanji Tiles Pipe & Sanitary ଓ ଲଲ୍ଲୁରାମ.com ପରି ସଂସ୍ଥାମାନଙ୍କ ଅମୁଲ୍ୟ ସହଯୋଗ ମିଳିଛି।
ମାରୱାଡ଼ୀ ଯୁବ ମଞ୍ଚର ଦୁଇ ଶାଖା ବିଗତ ଅନେକ ବର୍ଷ ଧରି ସହରରେ ବିଭିନ୍ନ ସାମାଜିକ ସେବା ପ୍ରକଳ୍ପ ଚାଲାଇ ଆସୁଛନ୍ତି।ଏହି ସେବାକାର୍ଯ୍ୟଗୁଡିକର ଅବିରତ ସଞ୍ଚାଳନ ଓ ବିସ୍ତାର ପାଇଁ ଏହି କବି ସମ୍ମିଳନୀକୁ ଫଣ୍ଡ ରେଜିଂ ପ୍ରୋଗ୍ରାମ୍ ଭାବେ ଆୟୋଜନ କରାଯାଇଛି। ସଂଗ୍ରହ ହେଉଥିବା ସମସ୍ତ ରାଶି ସମାଜସେବାକୁ ଉତ୍ସର୍ଗ କରାଯିବ।
ସହରରେ ଏହି କାର୍ଯ୍ୟକ୍ରମକୁ ନେଇ ଉତ୍ସାହ ଓ ଆଗ୍ରହ ଦେଖାଯାଉଛି। ଆୟୋଜକମାନଙ୍କ କହିବା ଅନୁସାରେ, ଏହି କବି ସମ୍ମିଳନୀ କେବଳ ସାହିତ୍ୟିକ ମନୋରଞ୍ଜନ ନୁହେଁ, ସମାଜସେବା ପ୍ରତି ଲୋକମାନଙ୍କ ଜାଗୃକତା ଓ ସହଭାଗିତାକୁ ମଧ୍ୟ ବୃଦ୍ଧି କରିବ।





