କଟକ – ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପରିଚାଳିତ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଓ ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ (ଏସ୍‌ଓଏସ୍‌ସି) ପରୀକ୍ଷା ଫଳ ଆସନ୍ତା ଅଗଷ୍ଟ 16 ତାରିଖ ଶନିବାର ପ୍ରକାଶ ପାଇବ। ଦୁପର 12ଟାରୁ ୱେବସାଇଟ୍‌ରେ ଫଳ ଦେଖିବାକୁ ମିଳିବ ବୋଲି ବୋର୍ଡ ସୂତ୍ର ସୂଚନା ଦେଇଛି।

୨୦୨୫ ମାଟ୍ରିକ୍‌ ପରୀକ୍ଷାରେ ଅନୁପସ୍ଥିତ, ଫେଲ୍‌ ଓ ଏମ୍‌ପି ହୋଇଥିବା 3,487 ପରୀକ୍ଷାର୍ଥୀ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ। ଏହି ପରୀକ୍ଷା ଜୁଲାଇ 1ରେ ରାଜ୍ୟର 98ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା।

ସେହିପରି, 10,809 ପରୀକ୍ଷାର୍ଥୀ 103ଟି କେନ୍ଦ୍ରରେ ଏସ୍‌ଓଏସ୍‌ସି ପରୀକ୍ଷା ଦେଇଥିଲେ। ପ୍ରଥମେ ଫଳ ଅଗଷ୍ଟ ପ୍ରଥମ ସପ୍ତାହରେ ପ୍ରକାଶ ପାଇବାକୁ ଯୋଜନା ଥିଲା, କିନ୍ତୁ ଜୁଲାଇ 20ରେ ହୋଇଥିବା OTET ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ବୋର୍ଡରେ ବିବାଦ ସୃଷ୍ଟି ହେବାରୁ ଫଳ ପ୍ରକାଶରେ ବିଳମ୍ବ ହୋଇଛି।