ଭୁବନେଶ୍ୱର: ଓଡ଼ିଶା ବିଜେପି ସରକାରଙ୍କ ପ୍ରଥମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁନ୍ ୧୨ ତାରିଖରେ ରାଜ୍ୟ ଗସ୍ତରେ ଆସିପାରନ୍ତି ବୋଲି ଜଣାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗଠିତ ନୂତନ ବିଜେପି ସରକାରର ପ୍ରଥମ ବାର୍ଷିକ ପାଳନକୁ ନିମିତ୍ତ କରି ଏହି ଉଦ୍ୟମ ନିଆଯାଉଛି।
ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ବୃହତ୍ କାର୍ଯ୍ୟକ୍ରମ ଆୟୋଜିତ ହେବ, ଯେଉଁଥିରେ ରାଜ୍ୟ ସରକାର ପ୍ରତି ବର୍ଷରେ କରିଥିବା ଗତିବିଧି, ସଫଳତା ଓ ନିତୀମାନ୍ୟ ପଦକ୍ଷେପଗୁଡ଼ିକୁ ଉଜାଗର କରାଯିବ। ଏହି କାର୍ଯ୍ୟକ୍ରମରେ ଏକ ବିଶେଷ ରିପୋର୍ଟ କାର୍ଡ, ଡକ୍ୟୁମେଣ୍ଟାରୀ ଏବଂ ବିଭିନ୍ନ ବିକାଶ କାର୍ଯ୍ୟସୂଚୀ ଯେପରିକି ମହିଳା ସଶକ୍ତିକରଣ, ଯୁବ ବିକାଶ, ଆଦିବାସୀ ଓ କୃଷକ ମୂଳକ ଯୋଜନା ଉପରେ ଆଲୋକପାତ କରାଯିବ।
ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଓ କିଛି ଅନ୍ୟ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ମଧ୍ୟ ଉପସ୍ଥିତି ରହିପାରେ ବୋଲି ସୂଚନା ମିଳିଛି। ବିଜେପି ଏହି ଅବସରକୁ ଆଗାମୀ ନିର୍ବାଚନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ବ୍ୟବହାର କରି ସର୍ବସାଧାରଣଙ୍କ ମଧ୍ୟରେ ନିଜର ବିକାଶ ଭିତ୍ତିକ ଶାସନ ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରିବାକୁ ଚାହୁଁଛି।
ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି ଯେ, ଏହି ପାଳା ପ୍ରଧାାନମନ୍ତ୍ରୀଙ୍କ ଉପସ୍ଥିତି ସହ ଏକ ଶକ୍ତିଶାଳୀ ସନ୍ଦେଶ ଦେବ ଓ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଅଧିକ ଉତ୍ସାହ ଦେବ।