ଭୁବନେଶ୍ୱର, ୫ ମଇ: ଓଡ଼ିଶା ସରକାର ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଛୁଟି ନିୟମକୁ ନେଇ ଏକ ନୂଆ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ସମ୍ଭାବ୍ୟ ପ୍ରସବ ତାରିଖର ୩ ମାସ ପୂର୍ବରୁ ଏବଂ ପ୍ରସବ ପରେ ୬ ମାସ ମଧ୍ୟରେ ୧୮୦ ଦିନର ମାତୃତ୍ୱ ଛୁଟି ନିଆଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।

ଏହି ନିୟମ ମାନ୍ୟତା ପାଇଥିବା ଫଳରେ ଏବେ ମହିଳା କର୍ମଚାରୀମାନେ ପ୍ରସବ ଦିନର ସମ୍ପୂର୍ଣ୍ଣ ୬ ମାସ ମଧ୍ୟରେ ମାତୃତ୍ୱ ଛୁଟି ନେବା ଉପରେ ସ୍ପଷ୍ଟ ନିୟମ ପାଇବେ।

ଅନ୍ୟତମ ମୁଖ୍ୟ ବିନ୍ଦୁଗୁଡ଼ିକ:

  • ଯଦି ଜଣେ ମହିଳା କର୍ମଚାରୀ ପ୍ରସବ ସମୟରେ ସରକାରୀ ସେବାରେ ନଥାନ୍ତି, ତେବେ ତାଙ୍କ ଶିଶୁ ଛଅ ମାସ ହେବା ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ମିଳିବ, ଯାହା ୧୮୦ ଦିନ ଠାରୁ କମ୍ ହେଇପାରେ।
  • ମୃତ ଶିଶୁ ଜନ୍ମ, ଜନ୍ମ ପରେ ଶିଶୁ ମୃତ୍ୟୁ ବା ଗର୍ଭପାତ କ୍ଷେତ୍ରରେ ମଧ୍ୟ ନିର୍ଦ୍ଦିଷ୍ଟ ଛୁଟି ନିୟମ ଜାରି ହୋଇଛି:
    • ମୃତ ଶିଶୁ ଜନ୍ମ ଓ ଜନ୍ମର ୨୮ ଦିନ ମଧ୍ୟରେ ଶିଶୁ ମୃତ୍ୟୁ: ୪୨ ଦିନ ଛୁଟି
    • ଜନ୍ମ ପରେ ୨୯-୧୨୦ ଦିନ ମଧ୍ୟରେ ମୃତ୍ୟୁ: ୧୪ ଦିନ ଛୁଟି
  • ମାତୃତ୍ୱ ଛୁଟି ଅବଧି ଭିତରେ ପଦୋନ୍ନତି ହେଲେ, ଉଚ୍ଚ ପଦବୀରେ ଯୋଗଦାନ ଦିନଠୁ ଛୁଟି ଅବଶିଷ୍ଟ ଅବଧି ପାଇଁ ଅନୁମତି ମିଳିବ।
  • ମାତୃତ୍ୱ ଛୁଟି ଏକକାଳୀନ ବା ଏକାଧିକ ପର୍ଯ୍ୟାୟରେ ନିଆଯିିପାରିବ।