ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାର ଦୁଇ ବରିଷ୍ଠ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟୀୟ ଦାୟିତ୍ୱ ଦେଇଛି। ବିହାର ଓ ତାମିଲନାଡୁ ନିର୍ବାଚନ ପାଇଁ ପ୍ରଭାରୀଙ୍କ ନାମ ଘୋଷଣା କରିଥିବା ବେଳେ, ଏହାରେ ଦୁଇ ଓଡ଼ିଆ ନେତାଙ୍କୁ ପ୍ରମୁଖ ଭୂମିକା ଦିଆଯାଇଛି।

ବିଜେପି ବିହାର ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବରେ ନିଯୁକ୍ତ କରିଛି। ସହ-ପ୍ରଭାରୀ ଭାବେ ଦଳର ବରିଷ୍ଠ ନେତା ସି.ଆର. ପାଟିଲ ଓ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଦାୟିତ୍ୱ ମିଳିଛି।

ସେହିପରି, ତାମିଲନାଡୁ ନିର୍ବାଚନ ପ୍ରଭାରୀ ଭାବରେ ନିଯୁକ୍ତ ହୋଇଛନ୍ତି ଓଡ଼ିଶାରେ ପ୍ରସିଦ୍ଧ ନେତା ଓ ସାଂସଦ ବୈଜୟନ୍ତ ପଣ୍ଡା। ଏନେଇ ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ସୂଚନା ଦେଇଛନ୍ତି।