ଭୁବନେଶ୍ୱର, ୪ ଅଗଷ୍ଟ: ଓଡ଼ିଶାରେ ନ୍ୟାୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଆଇନ ବିଭାଗ ତରଫରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ୮ଟି ନୂଆ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (ADJ) କୋର୍ଟ ଓ ୩ଟି ନୂଆ ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା କରାଯିବ।

ନୂଆ ଏଡିଜେ କୋର୍ଟଗୁଡ଼ିକ ବାଙ୍କୀ, ରଣପୁର, ବାଣପୁର, ବାସୁଦେବପୁର, ପିପିଲି, ତାଳଚେର, ରାଜଗାଙ୍ଗପୁର ଓ ଗୁମ୍ମା (ଜି.ଉଦୟଗିରି) ଅଞ୍ଚଳରେ ଖୋଲାଯିବ। ଏହା ବାସିନ୍ଦାମାନେ ନିକଟ ଅଞ୍ଚଳରେ ଅଧିକ ଦ୍ରୁତ ଓ ସୁବିଧାଜନକ ନ୍ୟାୟ ପାଇପାରିବେ।

ସେହିପରି, ରାଜ୍ୟରେ ଦୁର୍ନୀତି ବିରୋଧରେ କାର୍ଯ୍ୟକୁ ଅଧିକ ଚଞ୍ଚଳ କରିବା ପାଇଁ କେନ୍ଦ୍ରାପଡ଼ା, ନୟାଗଡ଼ ଓ ପୁରୀରେ ତିନୋଟି ଭିଜିଲାନ୍ସ କୋର୍ଟ ସ୍ଥାପନ କରାଯିବ।

ଆଇନ ବିଭାଗ ଦ୍ୱାରା କୁହାଯାଇଛି ଯେ, ଏହି କୋର୍ଟଗୁଡ଼ିକ ପାଇଁ ଆବଶ୍ୟକୀୟ ଭୂମି, ଢାଞ୍ଚା ଓ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ। ଓଡ଼ିଶା ହାଇକୋର୍ଟର ସହଯୋଗରେ ଏହି କୋର୍ଟଗୁଡ଼ିକ ଚାଲୁ କରିବା ପାଇଁ ଯୋଜନା ଅନ୍ତିମ ଚରଣରେ ଅଛି।

ରାଜ୍ୟ ସରକାରର ଏହି ପଦକ୍ଷେପ ନ୍ୟାୟ ବ୍ୟବସ୍ଥାକୁ ଅଧିକ ଦ୍ରୁତ, ସୁସଂଖଳିତ ଓ ଲୋକନ୍ୱେଷୀ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଘାତ ବୋଲି ଆଶା ବ୍ୟକ୍ତ କରାଯାଇଛି।ଭୁବନେଶ୍ୱର, ୪ ଅଗଷ୍ଟ:

ଓଡ଼ିଶାରେ ନ୍ୟାୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଆଇନ ବିଭାଗ ତରଫରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ୮ଟି ନୂଆ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (ADJ) କୋର୍ଟ ଓ ୩ଟି ନୂଆ ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା କରାଯିବ।

ନୂଆ ଏଡିଜେ କୋର୍ଟଗୁଡ଼ିକ ବାଙ୍କୀ, ରଣପୁର, ବାଣପୁର, ବାସୁଦେବପୁର, ପିପିଲି, ତାଳଚେର, ରାଜଗାଙ୍ଗପୁର ଓ ଗୁମ୍ମା (ଜି.ଉଦୟଗିରି) ଅଞ୍ଚଳରେ ଖୋଲାଯିବ। ଏହା ବାସିନ୍ଦାମାନେ ନିକଟ ଅଞ୍ଚଳରେ ଅଧିକ ଦ୍ରୁତ ଓ ସୁବିଧାଜନକ ନ୍ୟାୟ ପାଇପାରିବେ।

ସେହିପରି, ରାଜ୍ୟରେ ଦୁର୍ନୀତି ବିରୋଧରେ କାର୍ଯ୍ୟକୁ ଅଧିକ ଚଞ୍ଚଳ କରିବା ପାଇଁ କେନ୍ଦ୍ରାପଡ଼ା, ନୟାଗଡ଼ ଓ ପୁରୀରେ ତିନୋଟି ଭିଜିଲାନ୍ସ କୋର୍ଟ ସ୍ଥାପନ କରାଯିବ।

ଆଇନ ବିଭାଗ ଦ୍ୱାରା କୁହାଯାଇଛି ଯେ, ଏହି କୋର୍ଟଗୁଡ଼ିକ ପାଇଁ ଆବଶ୍ୟକୀୟ ଭୂମି, ଢାଞ୍ଚା ଓ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ। ଓଡ଼ିଶା ହାଇକୋର୍ଟର ସହଯୋଗରେ ଏହି କୋର୍ଟଗୁଡ଼ିକ ଚାଲୁ କରିବା ପାଇଁ ଯୋଜନା ଅନ୍ତିମ ଚରଣରେ ଅଛି।

ରାଜ୍ୟ ସରକାରର ଏହି ପଦକ୍ଷେପ ନ୍ୟାୟ ବ୍ୟବସ୍ଥାକୁ ଅଧିକ ଦ୍ରୁତ, ସୁସଂଖଳିତ ଓ ଲୋକନ୍ୱେଷୀ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଘାତ ବୋଲି ଆଶା ବ୍ୟକ୍ତ କରାଯାଇଛି।