ଭୁବନେଶ୍ୱର (୧୧ ଜୁନ) – ଓଡ଼ିଶା ସରକାର ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ମୋଟ ୩୮୭୮.୮୬ କୋଟି ଟଙ୍କାର ମୂଲ୍ୟର ୧୭ଟି ନୂଆ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ପ୍ରକଳ୍ପଗୁଡିକ ରାଜ୍ୟର ୧୧ଟି ଜିଲ୍ଲାରେ ନିର୍ମିତ ହେବ, ଯାହା ମାଧ୍ୟମରେ ୧୦,୫୮୪ ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ସରକାର ଅନୁମାନ କରିଛି। ଏହାର ମୁଖ୍ୟ କ୍ଷେତ୍ରଗୁଡ଼ିକ ହେଉଛି ପ୍ଲାଷ୍ଟିକ ଶିଳ୍ପ, ଟେକ୍ସଟାଇଲ ଓ ପର୍ଯ୍ୟଟନ।
ସରକାର ଅଭିମତରେ, ରାଜ୍ୟରେ ମୁଖ୍ୟତଃ ଯୁବପିୢି ମଧ୍ୟରେ ବେକାରି ବଢ଼ିବା ସହିତ ନିଜ ରାଜ୍ୟରେ ଅନୁକୂଳ ଶିଳ୍ପ ପରିବେଶର ଅଭାବ ଥିବା ଦେଖାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠିତ ହେଲେ ଅନେକ ଓଡ଼ିଆ ଯୁବକ ଓ ଯୁବତୀଙ୍କୁ ନିଜ ଗାଁ ଘରେ ରୋଜଗାର ମିଳିପାରିବ, ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯିବା ଦରକାର ହେବ ନାହିଁ।
ଶିଳ୍ପ ଗଠନ ସହ ରାଜ୍ୟର ଅର୍ଥନୈତିକ ବୃଦ୍ଧି, ବେକାରି ହ୍ରାସ ଓ ଯୁବପିୢି ପାଇଁ ଶ୍ରେଷ୍ଠ ଅବସର ସୃଷ୍ଟି ହେବ ବୋଲି ସରକାର ଆଶା ବ୍ୟକ୍ତ କରିଛି।