ଭୁବନେଶ୍ୱର: ଓଡିଶା ବିଧାନସଭାର ସପ୍ତଦଶ ଅଧିବେଶନର ଦ୍ୱିତୀୟ ଦିନ ମଧ୍ୟ ବିରୋଧୀଙ୍କ ପ୍ରତିବାଦ ଓ ହଙ୍ଗାମାରେ ବାଧାଗ୍ରସ୍ତ ହେଲା। ନିରନ୍ତର କୋଳାହଳ ହେତୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଆସନ୍ତାକାଲି (ଶୁକ୍ରବାର) ସକାଳ ୧୦ଟା ପର୍ଯ୍ୟନ୍ତ ମୁଲତବି କରିଦେଲେ।
ଗୁରୁବାର ପୂର୍ବାହ୍ଣରେ ବିଧାନସଭାର କାର୍ଯ୍ୟକଳାପ କେବଳ ୪ ମିନିଟ ଚାଲିଥିଲା। ବିଜେଡି ସଦସ୍ୟମାନଙ୍କର ପ୍ରତିବାଦ ଦରୁ, ବାଚସ୍ପତି ପ୍ରଥମେ ଗୃହକୁ ବିକେଳ ୪ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ। କିନ୍ତୁ ବିକେଳରେ ଗୃହ ପୁନଃ ବସିବା ସହିତ ୫ ମିନିଟ ମଧ୍ୟରେ ବିରୋଧୀ ଦଳର ବିଧାୟକମାନେ ହଙ୍ଗାମା ଆରମ୍ଭ କରିବାରୁ, ଶେଷରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି କରିବାକୁ ବାଧ୍ୟ ହେଲେ।
ଗୃହରେ ଏହିଦିନ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା କଂଗ୍ରେସ ବିଧାୟକଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ଆଣିଥିଲେ। ଅନ୍ୟପଟେ, ବାଚସ୍ପତି କହିଛନ୍ତି ଯେ ଗୃହ ସ୍ୱାଭାବିକ ଭାବେ ଚାଲିନଥିଲେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ସମ୍ଭବ ନୁହେଁ।
ସେହି ସହିତ, କଂଗ୍ରେସ ଦଳନେତା ରାମଚନ୍ଦ୍ର କାଡାମ, ଉପନେତା ଅଶୋକ ଦାସ, ବିଧାୟକ ତାରା ବାହିନୀପତି ଓ ଇଂଜିନିୟର ସୋଫିଆ ଫିରଦୋସ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଗଣମାଧ୍ୟମରେ ମତାମତ ଦିଆଯାଇଥିବାରୁ, ପଦ୍ମଲୋଚନ ପଣ୍ଡା ସେମାନଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗର ଅଭିଯୋଗ ଉଠାଇଛନ୍ତି।