ଭୁବନେଶ୍ୱର:
ଖରିଫ ଧାନ କିଣାରେ ଅବ୍ୟବସ୍ଥା ଓ ଚାଷୀ ଅସନ୍ତୋଷ ମଧ୍ୟରେ ସୋମବାରଠାରୁ Odisha Legislative Assemblyର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି। ଏହି ପରିସ୍ଥିତିରେ ଗୃହ ସ୍ୱାଭାବିକ ଭାବେ ଚାଲିବା ନେଇ ସନ୍ଦେହ ଦେଖାଦେଇଛି।
ରାଜ୍ୟର ବିଭିନ୍ନ ମଣ୍ଡିରେ ଧାନ କିଣାକୁ ନେଇ ଚାଷୀମାନଙ୍କ ଅସନ୍ତୋଷ ଜାରି ରହିଛି। କେଉଁଠି ଚାଷୀଙ୍କ ଖାତାକୁ ଟଙ୍କା ଯାଉନଥିବା ବେଳେ କେଉଁଠି ଟୋକନ୍ ଲାପ୍ସ ହୋଇଯାଇଥିବା ଅଭିଯୋଗ ଆସୁଛି। ଅନେକ ସ୍ଥାନରେ ଚାଷୀମାନେ ମଣ୍ଡି ଆଗରେ ଧାନ ଭର୍ତ୍ତି ଗାଡ଼ି ରଖି ପ୍ରତିବାଦ କରୁଛନ୍ତି।
ପ୍ରଥମ ପର୍ଯ୍ୟାୟରେ ସାତ ଦିନ ମଧ୍ୟରୁ ଗୋଟିଏ ଦିନ ମଧ୍ୟ ଗୃହ ସ୍ୱାଭାବିକ ଭାବେ ଚାଲିନଥିଲା। ଧାନ କିଣା ଓ ଚାଷୀ ସମସ୍ୟାକୁ ନେଇ ବିରୋଧୀ ଦଳଗୁଡ଼ିକ ଗୃହକାର୍ଯ୍ୟ ବାଧାପ୍ରାପ୍ତ କରିଥିଲେ। ଏଥର ମଧ୍ୟ ସେହି ପ୍ରସଙ୍ଗକୁ ବିରୋଧୀ ଜୋରଦାର ଭାବେ ଉଠାଇବେ ବୋଲି ସୂଚନା ମିଳିଛି।
ଏହି ସମସ୍ୟାକୁ ନେଇ ଶାସକ ଦଳ ଭିତରେ ମଧ୍ୟ ଅସନ୍ତୋଷ ରହିଛି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ବିଧାୟକ ଦଳ ବୈଠକରେ କେତେକ ବରିଷ୍ଠ ବିଧାୟକ ଯୋଗାଣ ବିଭାଗର କାର୍ଯ୍ୟପଦ୍ଧତିକୁ କଡା ଭାଷାରେ ସମାଲୋଚନା କରିଥିବା ଖବର ମିଳିଛି।
ଏହି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଏପ୍ରିଲ୍ ୮ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୧୦ରୁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ ଓ ମାର୍ଚ୍ଚ ୩୧ରେ ବଜେଟ୍ ପାରିତ ହେବାର କାର୍ଯ୍ୟସୂଚୀ ରହିଛି।
ଏହା ସହ ରାଜ୍ୟର ରାଜନୀତିରେ ନୂତନ ସମୀକରଣ ମଧ୍ୟ ଦେଖାଦେଇଛି। Biju Janata Dal ଓ Indian National Congress ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ପ୍ରାର୍ଥୀକୁ ନେଇ ଏକାଠି ହୋଇଥିବାରୁ ଦୁଇ ବିରୋଧୀ ଦଳ ମିଳିତ ଭାବେ ଶାସକ ଦଳକୁ ଆକ୍ରମଣ କରିପାରନ୍ତି। ଧାନ କିଣା ସହ Mahanadi River ଜଳ ବିବାଦକୁ ମଧ୍ୟ ବିରୋଧୀ ଗୃହରେ ବଡ଼ ପ୍ରସଙ୍ଗ କରିପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।





