ଭୁବନେଶ୍ୱର: ରାଜ୍ୟର ସମବାୟ କ୍ଷେତ୍ରରେ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖାଦେଇଛି। Bharatiya Janata Partyରେ ଆଜି ବହୁ ସମବାୟ ସଂସ୍ଥାର ଅଧ୍ୟକ୍ଷ, ନିର୍ଦ୍ଦେଶକ ଓ ସଦସ୍ୟମାନେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। ଏହି ମହାମିଶ୍ରଣ ପର୍ବ ରାଜ୍ୟ Bharatiya Janata Party କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ Mohan Charan Majhi ଏବଂ ରାଜ୍ୟ ସଭାପତି Manmohan Samalଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା।

ଏହି ଯୋଗଦାନରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ରାଜ୍ୟ ସମବାୟ ସଂଘ, ଅର୍ବାନ ବ୍ୟାଙ୍କ ଫେଡେରେସନ, ଓଡ଼ିଶା ମହିଳା ବିକାଶ ସମବାୟ ନିଗମ, ଓମ୍‌ଫେଡ୍‌, ଓପୋଲଫେଡ୍‌, ଉତ୍କଳିକା, ବୟନିକା ଭଳି ବିଭିନ୍ନ ପ୍ରମୁଖ ସମବାୟ ସଂସ୍ଥା ସହ ଜଡିତ ନେତୃତ୍ୱମାନେ ସାମିଲ ହୋଇଛନ୍ତି। ଏହାସହ ଅନେକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ମହିଳା ସମିତି ଓ କୃଷିଭିତ୍ତିକ ସଂଗଠନର ଶତାଧିକ ସଦସ୍ୟମାନେ ମଧ୍ୟ ଦଳରେ ଯୋଗଦେଇଛନ୍ତି।

ଏହି ଅବସରରେ ରାଜ୍ୟ ବିଜେପି ସଭାପତି Manmohan Samal କହିଥିଲେ ଯେ, ବିଜେପି ସରକାର ଅଧୀନରେ ସମବାୟ ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରାଯାଉଛି। ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଓ ଆତ୍ମନିର୍ଭରଶୀଳତା ବଢ଼ାଇବା ହେଉଛି ଲକ୍ଷ୍ୟ।

ମୁଖ୍ୟମନ୍ତ୍ରୀ Mohan Charan Majhi ମଧ୍ୟ କହିଥିଲେ ଯେ, ସମବାୟ ବ୍ୟବସ୍ଥାର ସମଗ୍ର ରୂପାନ୍ତର ପାଇଁ ସରକାର ପ୍ରତିବଦ୍ଧ ଓ ଏହିପରି ଯୋଗଦାନ ଦ୍ୱାରା ସେକ୍ଟର ଆହୁରି ଶକ୍ତିଶାଳୀ ହେବ।

ଏହି ମିଶ୍ରଣ ପର୍ବରେ ରାଜ୍ୟର ଅନେକ ବରିଷ୍ଠ ନେତା ଓ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ।