ଭୁବନେଶ୍ୱର: ଓଡ଼ିଶାର ରାଜ୍ୟ ମନ୍ତ୍ରିମଣ୍ଡଳ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ନୂଆ ରୂପ ନେବାକୁ ଯାଉଛି । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଓ ଅପରିବର୍ତ୍ତନ ନେଇ ପାୱାର କରିଡ଼ରରେ ଜୋରଦାର ହଲ୍ଚଲ୍ ଚାଲିଛି । ବିଧାୟକମାନେ ନିଜ ଦଳୀୟ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓ BJP ଅଫିସକୁ ବାରମ୍ବାର ଯାତ୍ରା କରୁଛନ୍ତି।
ମନ୍ତ୍ରିପଦ ପାଇଁ ଲବି ଓ ଗହଳି:
କିଏ ମନ୍ତ୍ରି ହେବେ, କିଏ ବାଦ ପଡ଼ିବେ, କିଏଙ୍କ ବିଭାଗ ବଦଳିପାରେ—ଏହି ସମସ୍ତଙ୍କୁ ନେଇ ଦଳୀୟ କୋର୍ ଟିମ୍ ତାଲିକା ପ୍ରସ୍ତୁତ କରୁଛି । ଶୀର୍ଷ ନେତୃତ୍ୱଙ୍କ ଅନୁମୋଦନ ପରେ CMO ଅନ୍ତିମ ନିଷ୍ପତ୍ତି ନେବ । ବିଜେପିର ନୂତନ ରାଜ୍ୟ ସଭାପତି ନିର୍ବାଚନ ପରେ ଏହି ପ୍ରକ୍ରିୟା ଅଧିକ ଗତି ନେଇଛି ।
କେଉଁ ଜିଲ୍ଲା ରୁ ଯୋଗ ମିଳିପାରେ:
ଚର୍ଚ୍ଚା ଅନୁଯାୟୀ, କେନ୍ଦ୍ରାପଡା, ବରଗଡ଼, ଯାଜପୁର, ସମ୍ବଲପୁର, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଭୁବନେଶ୍ୱର ଓ ପୁରୀ ଭଳି ଜିଲ୍ଲା ରୁ ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ୱ ଦେବା ଉଦ୍ଦେଶ୍ୟରେ ଚିନ୍ତା-ଭାବନା ଚାଲିଛି । ବାଲେଶ୍ୱର ଓ ସୁନ୍ଦରଗଡ ରୁ ମନ୍ତ୍ରୀ ନଥିବାରୁ ସେଠାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି ।
ପଦ ଖାଲି ଓ ବଦଳି:
ସମ୍ପ୍ରତି ମନ୍ତ୍ରିମଣ୍ଡଳରେ ୬ଟି ପଦ ଖାଲି ରହିଛି । ଏହି ଖାଲି ସ୍ଥାନଗୁଡ଼ିକୁ ନୂଆ ମୁହଁ ମାଧ୍ୟମରେ ପୂରଣ କରାଯିବ ବୋଲି ଅନୁମାନ । ସେହିପରି କିଛି ବିଭାଗ ବଦଳ ଓ ବିବାଦୀୟ ମନ୍ତ୍ରୀମାନେ ବାଦ ପଡ଼ିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଅଛି ।
ଭାବି ପଞ୍ଚାୟତ ନିର୍ବାଚନ ଲକ୍ଷ୍ୟ:
BJP ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବ୍ୟାପକ ରୂପରେ ଏହି ମନ୍ତ୍ରିମଣ୍ଡଳ ପରିବର୍ତ୍ତନ କରିପାରେ । ଦଳ ଓ ସରକାର ମଧ୍ୟରେ ସମନ୍ୱୟ ବଢ଼ିବା ଭଳି ଏକ ନୂଆ ଟିମ୍ ତିଆରି କରାଯିବ ବୋଲି ଅନୁମାନ କରାଯାଉଛି ।