ଭୁବନେଶ୍ୱର: ରାଜ୍ୟରେ ବ୍ୟାଙ୍କ ସେବା ଅପହଞ୍ଚ ଅଞ୍ଚଳଗୁଡ଼ିକରେ ୩,୬୨୧ଟି ସିଏସପି ପ୍ଲସ୍ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ମାଧ୍ୟମରେ ଲୋକମାନଙ୍କୁ ସେବା ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୋମବାର ସୂଚନା ଦେଇଛନ୍ତି।
ୟଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପଶ୍ନରେ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତରେ ବ୍ୟାଙ୍କ ଶାଖା, ବିସି/ସିଏସପି କିମ୍ବା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (IPPB) ଆକ୍ସେସ୍ ପଏଣ୍ଟ ମାଧ୍ୟମରେ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇଦିଆଯାଉଛି।
ସେ କହିଥିଲେ, ବ୍ୟାଙ୍କିଙ୍ଗ ସେବାକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ବରୋଦା ସହିତ ମିଳିତ ଭାବେ ଶାଖା ବିହୀନ ଗ୍ରାମପଞ୍ଚାୟତରେ ସିଏସପି ପ୍ଲସ୍ ଆଉଟଲେଟ୍ ଖୋଲୁଛନ୍ତି।
ଇତିମଧ୍ୟରେ ୩,୬୨୧ ଗ୍ରାମପଞ୍ଚାୟତରେ ସିଏସପି ପ୍ଲସ୍ ଆଉଟଲେଟ୍ ଖୋଲି ସେବା ଯୋଗାଇ ଦିଆଯାଇଛି। ଅନ୍ୟାନ୍ୟ ଶାଖା ବିହୀନ ଗ୍ରାମପଞ୍ଚାୟତରେ ମଧ୍ୟ ସତ୍ତରୁ ନୂଆ ଆଉଟଲେଟ୍ ଖୋଲିବା ପାଇଁ ଆବଶ୍ୟକ ଅର୍ଥବିନିୟୋଗ କରାଯାଇଛି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ନୂତନ ବ୍ୟାଙ୍କ ପ୍ରତିଷ୍ଠା ପାଇଁ SLBC, DCC ଓ BLBC ସଭାରେ ବ୍ୟାଙ୍କମାନଙ୍କୁ ଲାଗାତର ଉତ୍ସାହିତ କରାଯାଉଛି।