ଭୁବନେଶ୍ୱର, ୨୫ ଜୁଲାଇ: ଓଡ଼ିଶାର ଟେକ୍ସଟାଇଲ କ୍ଷେତ୍ରରେ ଅପାର ଅଗ୍ରଗତି ଘଟିବା ନିମିତ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାଜ୍ୟରେ ୬ ଟି ଟେକ୍ସଟାଇଲ ପାର୍କ ଉଦଘାଟନ କରିଛନ୍ତି। ଏହି ପାର୍କଗୁଡ଼ିକ ବଲାଙ୍ଗୀର, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, କଟକ ଓ ଗଞ୍ଜାମ ଜିଲ୍ଲାରେ ସ୍ଥାପିତ ହେବା ସହ ୨୫ ହଜାର ନିଯୁକ୍ତି ସୃଷ୍ଟି କରିବ।
ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଓଡ଼ିଶା ଏବେ ଟେକ୍ସଟାଇଲ ହବ୍ ଭାବେ ବିକଶିତ ହେବ। ଏହି କ୍ଷେତ୍ରରେ ଆସନ୍ତା ଦିନରେ ଆହୁରି ୫ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଆଜି ମୋଟ ୩୩ ଟି ଏମଓୟୁ ସ୍ବାକ୍ଷର ହୋଇଛି, ଯାହା ମାଧ୍ୟମରେ ୭,୮୦୮ କୋଟି ଟଙ୍କାର ନିବେଶ ହେବ ଓ ୫୩ ହଜାର ନିଯୁକ୍ତି ସୃଷ୍ଟି ହେବ।
ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ଯେ, ସପ୍ତାହରେ ଗୋଟିଏ ଦିନ ଓଡ଼ିଶା ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ର ପିନ୍ଧନ୍ତୁ। ସେ ବୁଣାକାରଙ୍କ ଶ୍ରମ ସମ୍ମାନରେ ରାଜ୍ୟ ସରକାର ପୁରୁଷଙ୍କ ପାଇଁ ୫ରୁ ୬ ହଜାର ଏବଂ ମହିଳାଙ୍କ ପାଇଁ ୬ରୁ ୭ ହଜାର ଟଙ୍କା ଭତ୍ତା ବୃଦ୍ଧି କରିଛନ୍ତି।
ଓଡ଼ିଶାରେ ପ୍ରତିବର୍ଷ ଅନୁଷ୍ଠିତ ହେବ ‘ଓଡ଼ିଶା ଟେକ୍ସ କନକ୍ଳେଭ’। ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀଙ୍କୁ ବର୍ଷକୁ ଥରେ ଓଡ଼ିଶା ବସ୍ତ୍ର କିଣିବା ଓ ପିନ୍ଧିବା ପାଇଁ ଆହ୍ବାନ କରିଛନ୍ତି।
ନୀତି ଆୟୋଗ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀଙ୍କୁ ଅଲଗା ଭାବରେ ଡାକି ଓଡ଼ିଶାରେ ଆସିଥିବା ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ବିଷୟରେ ତଥ୍ୟ ନେଇଥିଲେ। ଓଡ଼ିଶାର ବିକାଶ ଦେଖି ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିବା କଥା ମୁଖ୍ୟମନ୍ତ୍ରୀ କହିଛନ୍ତି।





