ଭୁବନେଶ୍ୱର, 25 ଅଗଷ୍ଟ: ରାଜ୍ୟରେ ଧାରଣାରେ ରହିଥିବା ରାଜସ୍ୱ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ସ୍ପଷ୍ଟ କରିଛି। ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି।
ଚିଠିରେ ସମସ୍ତ ଛୁଟିରେ ଥିବା କର୍ମଚାରୀଙ୍କର ବିସ୍ତୃତ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ପୂର୍ବରୁ ସରକାର ସମସ୍ତ କର୍ମଚାରୀଙ୍କର ଛୁଟି ବାତିଲ କରିଥିଲେ, କିନ୍ତୁ ଅନେକ କର୍ମଚାରୀ ତଥାପି କାର୍ଯ୍ୟାଳୟରେ ଯୋଗ ଦେଇନାହାନ୍ତି।
ରାଜସ୍ୱ ବିଭାଗ ସ୍ପଷ୍ଟ କରିଛି ଯେ, କାମରେ ଅନୁପସ୍ଥିତିକୁ ଗୁରୁତ୍ୱର ସହିତ ନେଇ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଯିବ।