ଭୁବନେଶ୍ୱର: ଓଡ଼ିଶା ସରକାର ଆଜି ଛଅ ଜଣ ଓଏଏସ (ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ସର୍ଭିସ) ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇ ବଡ଼ ପଦସ୍ଥାନାନ୍ତର କରିଛନ୍ତି। ଏହି ରଦବଦଳ ସହିତ କିଛି ଅଧିକାରୀଙ୍କୁ ବିଭିନ୍ନ ବିଭାଗରେ ମୁଖ୍ୟ ଭୂମିକା ଦିଆଯାଇଛି।

🔸 ଲୋପାମୁଦ୍ରା ମହାନ୍ତି – ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବରେ ନିଯୁକ୍ତ। ପୂର୍ବରୁ ଓୟୁଏଟିର ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଥିଲେ।

🔸 ଶାନ୍ତି ସୁଧା ପାତ୍ର – ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ। ପୂର୍ବରୁ ବ୍ରହ୍ମପୁରର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଥିଲେ।

🔸 ଜ୍ୟୋତ୍ସ୍ନାରାଣୀ ସାହୁ – ସୁନ୍ଦରଗଡ଼ ଜିଲ୍ଲାର DUDA (District Urban Development Agency) ପ୍ରକଳ୍ପ ନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତ। ପୂର୍ବରୁ ମାନେଶ୍ୱର ତହସିଲଦାର ଥିଲେ।

🔸 ଲଲାଟେନ୍ଦୁ ସିଂହ – ବାରିପଦାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଭୂମି ଅଧିଗ୍ରହଣ ଅଧିକାରୀ ଭାବେ ନିଯୁକ୍ତ। ପୂର୍ବରୁ ବୀରମହାରାଜପୁର ସବ-କଲେକ୍ଟର ଥିଲେ।

🔸 ସୁରେନ୍ଦ୍ର ମେହେର – ବୀରମହାରାଜପୁରର ନୂତନ ସବ-କଲେକ୍ଟର ଭାବେ ଦାୟିତ୍ୱ ନେବେ। ପୂର୍ବରୁ ସୋନପୁରର ଅତିରିକ୍ତ ସବ-କଲେକ୍ଟର ଥିଲେ।

🔸 ଏଲିଜା ମିଶ୍ର – କଟକ ଅଞ୍ଚଳର ପ୍ରସିଦ୍ଧ ଶିଶୁ ଭବନ (ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଡିଆଟ୍ରିକ୍ସ)ର ପ୍ରଶାସନିକ ଅଧିକାରୀ ଭାବେ ବଦଳି କରାଯାଇଛନ୍ତି।