ଭୁବନେଶ୍ୱର: ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ଗଠିତ ହେବାର ଆକଳନ ହୋଇଛି। ଏହା ଫଳରେ ରାଜ୍ୟରେ ଭାରି ବର୍ଷା ସହ ବାତ୍ୟା ସଦୃଶ ପରିସ୍ଥିତି ଉତ୍ପନ୍ନ ହେବାର ସମ୍ଭାବନା ରହିଛି। ଆମେରିକାର ଏକ ପାଣିପାଗ ସଂସ୍ଥା ଏହି ଲଘୁଚାପରୁ ବାତ୍ୟା ଗଠିତ ହେବା ଆକଳନ କରିଥିବା ବେଳେ, ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କେବଳ ବର୍ଷା ହେବା ଆଶା କରିଛି।
ପାଣିପାଗ ବିଭାଗର ସେଶ ରିପୋର୍ଟ ଅନୁସାରେ, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବା ଆଶା ରହିଥିବାରୁ ସେଠାକୁ ରେଡ଼ ଆଲର୍ଟ ଜାରି କରାଯାଇଛି। ଏହା ସହିତ ଉପକୂଳ ଜିଲ୍ଲାଗୁଡିକୁ ଅରେଞ୍ଜ ଆଲର୍ଟ ରେ ରଖାଯାଇଛି। ବର୍ଷା ଓ ବାତ୍ୟାର ପ୍ରଭାବ ବେଶି ହେବା ଆଶଙ୍କା ରହିଥିବାରୁ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ବର୍ଷା ଓ ବାତ୍ୟା ଯଦି ବେଶି ହୁଏ, ଆମେ ପ୍ରସ୍ତୁତ ଅଛୁ। ଯଦି କମ ହୁଏ, ତାହାର ସମ୍ଭାବ୍ୟ ପ୍ରଭାବକୁ ମୁକାବିଲା କରାଯିବ।”