ଭୁବନେଶ୍ୱର: ଆସୋସିଏସନ୍ ଅଫ୍‌ ଡେମୋକ୍ରାଟିକ୍ ରିଫର୍ମସ୍‌ (ADR) ପକ୍ଷରୁ ପ୍ରକାଶିତ ସୋଂଶୋଧନରେ ଓଡ଼ିଶାର ୧୬ ଜଣ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ସାମ୍ନାକୁ ଆସିଛି । ଏହି ତାଲିକାରେ ସ୍ପଷ୍ଟ ହୋଇଛି କେଉଁ ମନ୍ତ୍ରୀ ସବୁଠୁ ଧନୀ ଏବଂ କେଉଁଠି ସବୁଠୁ କମ୍ ସମ୍ପତ୍ତି ରହିଛି ।

ତଥ୍ୟ ଅନୁସାରେ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ୬୭ କୋଟି ୩୦ ଲକ୍ଷ ଟଙ୍କା ସମ୍ପତ୍ତି ସହିତ ଓଡ଼ିଶାର ସବୁଠୁ ଧନୀ ମନ୍ତ୍ରୀ । ଅନ୍ୟପଟେ, ଧାମନଗର ବିଧାୟକ ଏବଂ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ୬୦ ଲକ୍ଷ ୪୯ ହଜାର ଟଙ୍କା ସହିତ ସବୁଠୁ ଗରିବ ମନ୍ତ୍ରୀ ଭାବେ ଚିହ୍ନଟ ହୋଇଛନ୍ତି ।

ଗୁରୁତ୍ୱପୂର୍ଣ୍ଣଭାବେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୧ କୋଟି ୯୭ ଲକ୍ଷ ଟଙ୍କା ସମ୍ପତ୍ତି ସହିତ ଧନୀ ମନ୍ତ୍ରୀଙ୍କ ତାଲିକାରେ ୧୦ମ ସ୍ଥାନରେ ଅଛନ୍ତି ।

ପ୍ରମୁଖ ମନ୍ତ୍ରୀମାନଙ୍କ ସମ୍ପତ୍ତି ତଥ୍ୟ:

  • କନକ ବର୍ଦ୍ଧନ ସିଂ ଦେଓ – ₹୬୭.୩୦ କୋଟି
  • ପ୍ରଦୀପ ବଳ ସାମନ୍ତ – ₹୧୭.୩୦ କୋଟି
  • କୃଷ୍ଣଚନ୍ଦ୍ର ପାତ୍ର – ₹୭.୬୬ କୋଟି
  • ସମ୍ପଦ ସ୍ୱାଇଁ – ₹୪.୯୭ କୋଟି
  • ଗୋକୁଳାନନ୍ଦ ମଲ୍ଲିକ – ₹୪.୯୨ କୋଟି
  • ପ୍ରଭାତୀ ପରିଡ଼ା – ₹୩.୬୪ କୋଟି
  • କୃଷ୍ଣଚନ୍ଦ୍ର ମହାପାତ୍ର – ₹୩.୨୭ କୋଟି
  • ସୁରେଶ ପୂଜାରୀ – ₹୨.୯୭ କୋଟି
  • ବିଭୂତି ଭୂଷଣ ଜେନା – ₹୨.୨୩ କୋଟି
  • ମୁଖ୍ୟମନ୍ତ୍ରୀ ମୋହନ ମାଝୀ – ₹୧.୯୭ କୋଟି
  • ମୁକେଶ ମହାଲିଙ୍ଗ – ₹୧.୫୩ କୋଟି
  • ଗଣେଶ ରାମ ସିଂ ଖୁଣ୍ଟିଆ – ₹୧.୬୨ ଲକ୍ଷ
  • ରବି ନାୟକ – ₹୯୯.୭୯ ଲକ୍ଷ
  • ପୃଥ୍ବୀରାଜ ହରିଚନ୍ଦନ – ₹୭୬.୪୩ ଲକ୍ଷ
  • ନିତ୍ୟାନନ୍ଦ ଗଣ୍ଡ – ₹୬୧.୩୦ ଲକ୍ଷ
  • ସୂର୍ଯ୍ୟବଂଶୀ ସୁରଜ – ₹୬୦.୪୯ ଲକ୍ଷ

ADR ରିପୋର୍ଟ ଓଡ଼ିଶାରେ ମନ୍ତ୍ରୀମାନଙ୍କ ଆର୍ଥିକ ସ୍ଥିତିର ସ୍ପଷ୍ଟ ଚିତ୍ର ଦେଇଛି, ଯାହାରୁ ଏହା ସ୍ପଷ୍ଟ ଯେ ସମ୍ପତ୍ତିରେ ବହୁତ ବିପୁଳ ପାର୍ଥକ୍ୟ ରହିଛି ।