ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପୀୟ ଉନ୍ନତିକୁ ନୂଆ ଗତି ଦେବା ପାଇଁ ୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତିପ୍ରସ୍ତର ଆଜି ସ୍ଥାପନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତରେ ଏହି ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହେବ।
୨୫,୩୮୦ କୋଟି ଟଙ୍କାର ପୁଞ୍ଜି ନିବେଶ ସହିତ ପ୍ରସ୍ତାବିତ ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରତିଷ୍ଠିତ ହେବାକୁ ଯାଉଛି। ଏହା ଦ୍ୱାରା ପାଖାପାଖି ୫୨,୦୦୦ ଯୁବକ-ଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଭୁବନେଶ୍ୱରର ଓୟୁଏଟି କୃଷି ଶିକ୍ଷା ସଦନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ସହିତ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ମଧ୍ୟ ଯୋଗ ଦେବେ।
ଏହି ପ୍ରକଳ୍ପଗୁଡ଼ିକ ଝାରସୁଗୁଡ଼ା, ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ, ଅନୁଗୁଳ, ସୁନ୍ଦରଗଡ଼, ଭଦ୍ରକ, ପୁରୀ, କଟକ ଓ ସମ୍ବଲପୁର ସହିତ ୧୨ଟି ଜିଲ୍ଲାରେ ପ୍ରତିଷ୍ଠିତ ହେବ।