ଭୁବନେଶ୍ୱର: ଖରାଛୁଟି ପରେ ଓଡ଼ିଶାରେ ସ୍କୁଲ ଖୋଲିବାକୁ ନେଇ ଏବେ ଅନିଶ୍ଚୟତା ଜାରି ଅଛି। ବର୍ତ୍ତମାନ ରାଜ୍ୟରେ କୋଭିଡ୍ ମାମଲା ଧୀରେ ଧୀରେ ବୃଦ୍ଧି ହେଉଥିବା ପରିପ୍ରେକ୍ଷିତିରେ, ସ୍କୁଲ ଖୋଲିବାକୁ ନେଇ ଶିକ୍ଷା ବିଭାଗ ସ୍ଥିତି ଅନୁଯାୟୀ ନିଷ୍ପତ୍ତି ନେବାକୁ କହିଛି। ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ଏହି ବିଷୟରେ ପ୍ରତିକ୍ରିୟା ରଖି ବଳିଛନ୍ତି ଯେ, ସ୍ଥିତି ଯଦି ସାଧାରଣ ରହିଥାଏ, ତେବେ ଆସନ୍ତା ୧୭ ଜୁନ୍‌ରେ ନିର୍ଦ୍ଦିଷ୍ଟ ଭାବେ ସ୍କୁଲ ଖୋଲିପାରେ।

୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା କ୍ୟାଲେଣ୍ଡର ଅନୁସାରେ ମେ ୬ ରୁ ଜୁନ୍ ୧୭ ପର୍ଯ୍ୟନ୍ତ ଖରାଛୁଟି ଘୋଷିତ ହୋଇଥିଲା। ଏହି ସମୟରେ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ରହିଛି।

ସେପଟେ କୋଭିଡ୍ ଅବସ୍ଥାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଯଦି ସଂକ୍ରମଣ ବଢ଼ିଥାଏ, ତେବେ ସ୍କୁଲ ଖୋଲିବା ତାରିଖ ପଛକୁ ସରିପାରେ। ତେଣୁ ନିଷ୍ପତ୍ତି ପାଇଁ ରାଜ୍ୟ ସରକାର ଅପେକ୍ଷା କରୁଛି।

ଏହି ଅବସରରେ ରଥଯାତ୍ରା ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଚେତାବନୀ ଜାରି କରିଛି। ଥଣ୍ଡା, କାଶି ବା ଜ୍ଵର ଥିବା ବ୍ୟକ୍ତିଙ୍କୁ ରଥଯାତ୍ରାରେ ସାମିଲ ନ ହେବା ପାଇଁ ପରାମର୍ଶ ଦିଆଯାଇଛି। ବୟସ୍କ ବା ଅନେକ ରୋଗ ଥିବା ବ୍ୟକ୍ତିମାନେ ମଧ୍ୟ ଯାତ୍ରାରେ ଯୋଗ ନ ଦେବାକୁ ସୁପାରିଶ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି।