ଭୁବନେଶ୍ୱର: ପ୍ୟାରିସରେ ଅଗଷ୍ଟ ୨୫ରୁ ୩୧ ଯାଏଁ ହେବାକୁ ଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ ପୂର୍ବରୁ ଓଡ଼ିଶାର ପ୍ରଥମ ଭଗିନୀ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଓ ଶ୍ୱେତପର୍ଣ୍ଣା ପଣ୍ଡା ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସାକ୍ଷାତ କରିଥିଲେ।
ମୁଖ୍ୟମନ୍ତ୍ରୀ ଉଭୟ ସଟଲରଙ୍କୁ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇ, ସେମାନଙ୍କ ସଫଳତାର କାମନା କରିଥିଲେ। ଋତୁପର୍ଣ୍ଣା ଓ ଶ୍ୱେତପର୍ଣ୍ଣା ଭାରତର ପ୍ରଥମ ଭଗିନୀ ଯୋଡ଼ି ଭାବରେ ମହିଳା ଡବଲ୍ସ ବିଭାଗରେ ଖେଳିବେ। ସେଥିସହିତ, ସେମାନେ ଓଡ଼ିଶାର ପ୍ରଥମ ମହିଳା ଯୋଡ଼ି ଭାବେ ବିଶ୍ୱ ବ୍ୟାଡମିଣ୍ଟନରେ ପ୍ରବେଶ କରିଥିବାରୁ ଏହା ରାଜ୍ୟ ପାଇଁ ଏକ ଗୌରବମୟ ମୁହୂର୍ତ୍ତ।
ଓଡ଼ିଶାବାସୀଙ୍କ ମଧ୍ୟରେ ଏହି ଖବର ପ୍ରଚୁର ଉତ୍ସାହ ସୃଷ୍ଟି କରିଛି, ସୋସିଆଲ ମିଡିଆରେ ସମର୍ଥନ ଓ ଶୁଭକାମନା ବର୍ଷା ହେଉଛି।