ଭୁବନେଶ୍ୱର, ୪ ଅଗଷ୍ଟ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସମୀକ୍ଷା ବୈଠକରେ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୮୩୫ଟି ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯିବ।

ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପ୍ରତ୍ୟେକ ପଞ୍ଚାୟତ ମୁଖ୍ୟାଳୟରେ ଗୋଟିଏ ଆଦର୍ଶ ବିଦ୍ୟାଳୟ ଥିବ। ପ୍ରତିଟି ସ୍କୁଲ ପାଇଁ ୭ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ହେବ ବୋଲି ଅଟକଳ କରାଯାଇଛି।

ଦୁର୍ଗମ ଅଞ୍ଚଳ ପିଲାଙ୍କ ପାଇଁ ବିଶେଷ ବ୍ୟବସ୍ଥା

ଏହି ଆଦର୍ଶ ବିଦ୍ୟାଳୟଗୁଡ଼ିକ ଦୁର୍ଗମ ଅଞ୍ଚଳର ପିଲାମାନଙ୍କ ଶିକ୍ଷା ପାଇଁ ଏକ ନୂଆ ଅଧ୍ୟାୟ ଆଣିବ ବୋଲି ବିଶ୍ୱାସ କରାଯାଉଛି। ତାଙ୍କ ପାଇଁ ମାଗଣା ପରିବହନ ସୁବିଧା ମଧ୍ୟ ଦିଆଯିବ।