ଭୁବନେଶ୍ୱର – ଓଡ଼ିଶାର ଦୀର୍ଘକାଳୀନ ବିକାଶ ନିମନ୍ତେ ଆଜି “ଭିଜନ ଓଡ଼ିଶା 2036 ଓ 2047” ଡକୁମେଣ୍ଟ ଉନ୍ମୋଚନ କରାଯାଇଛି। ଏହି ଭିଜନ ପ୍ରସ୍ତାବରେ ବରପୁତ୍ରଙ୍କ ଜନ୍ମସ୍ଥଳୀର ବିକାଶ, ଐତିହାସିକ ଗ୍ରାମକୁ ସାଂସ୍କୃତିକ ଏବଂ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ି ତୋଳିବା ଲକ୍ଷ୍ୟ ରଖାଯାଇଛି।

ଏହି ଯୋଜନାଅନୁସାରେ ପ୍ରତ୍ୟେକ ଗ୍ରାମ ପାଇଁ 15 କୋଟି ଟଙ୍କା ଖର୍ଚ୍ଚ ହେବା ଏବଂ ସମ୍ପୂର୍ଣ୍ଣ ପ୍ରକଳ୍ପ ପାଇଁ 19 କୋଟି ଟଙ୍କା ବିନିଯୋଗ ହେବା ଦ୍ୱାରା ପ୍ରାଚୀନ ଗୃହଗୁଡିକୁ ସଂଗ୍ରହାଳୟ, ପ୍ରତିମୂର୍ତ୍ତି, ବ୍ୟାଖ୍ୟାନ କେନ୍ଦ୍ର, ଶିଶୁ ଉଦ୍ୟାନ, ଗ୍ରନ୍ଥାଗାର, ନାଟ୍ୟମଞ୍ଚ ଓ ଅନ୍ୟାନ୍ୟ ସଂସ୍ଥା ଭାବରେ ବିକାଶ କରାଯିବ।

ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ଯୋଜନା ଘୋଷିତ

ପ୍ରତି ପଞ୍ଚାୟତରେ ଏକ ଆଦର୍ଶ ଲେଖାଁଏ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ DPR ପ୍ରସ୍ତୁତି ଓ ସ୍ଥାନ ନିର୍ଣୟ କାର୍ଯ୍ୟ ଚାଲିଛି।

ଦୁଇଟି ନୂଆ ଟ୍ରେନ ଚଳାଚଳର ଆରମ୍ଭ

ବୌଦ୍ଧ-ସମ୍ବଲପୁର ଓ ବୌଦ୍ଧ-ଭୁବନେଶ୍ୱର ନ୍ୟୁ ଟ୍ରେନ ଚାଲିଛି। ବୌଦ୍ଧ ଜିଲ୍ଲା ପ୍ରଥମ ଥର ପାଇଁ ରେଳ ସଂଯୋଗ ପାଇଛି।

୧୮,୬୫୩ କୋଟି ଟଙ୍କା ମୂଲ୍ୟର ୧୦୫ଟି ପ୍ରକଳ୍ପ ର ଭିତ୍ତିପ୍ରସ୍ତର ଓ ଉଦଘାଟନ

PM ନରେନ୍ଦ୍ର ମୋଦୀ ଦ୍ୱାରା 60ଟି ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ 45ଟି ପ୍ରକଳ୍ପର ଉଦଘାଟନ, ସମୁଦାୟ ମୂଲ୍ୟ – ₹18,653 କୋଟି।

ପ୍ରମୁଖ ଖାତାଗୁଡିକ:

  • କୃଷି – ₹143 କୋଟି (2 ପ୍ରକଳ୍ପ)
  • ସ୍ୱାସ୍ଥ୍ୟ – ₹32 କୋଟି (1 ପ୍ରକଳ୍ପ)
  • ଜଳ ସମ୍ପଦ – ₹2,553 କୋଟି (19 ପ୍ରକଳ୍ପ)
  • ଶକ୍ତି – ₹8,083 କୋଟି (23 ପ୍ରକଳ୍ପ)
  • ରୋଡ୍-ସେତୁ – ₹1,616 କୋଟି (22 ପ୍ରକଳ୍ପ)
  • ରେଳ – ₹2,756 କୋଟି (7 ପ୍ରକଳ୍ପ)
  • ନାଟିଓନାଲ ହାଇୱେ – ₹1,432 କୋଟି (4 ପ୍ରକଳ୍ପ)
  • ବନ୍ଦର – ₹56 କୋଟି (1 ପ୍ରକଳ୍ପ)
  • ଅନ୍ୟାନ୍ୟ – ₹123 କୋଟି

ଲକ୍ଷପତି ଦିଦିଙ୍କୁ ସମ୍ମାନ

PM ମୋଦୀ କିଛି ଲକ୍ଷପତି ଦିଦିଙ୍କୁ ସଭା ମଞ୍ଚରେ ସମ୍ମାନିତ କରିଥିଲେ।

୧୦୦ ଇଲେକ୍ଟ୍ରିକ୍ ବସ୍ ସେବା ଓ ନୂଆ ଡିପୋ ଉଦଘାଟନ

CRUT ଅଧୀନରେ ୧୦୦ ଟି ଇ.ଭି ବସ୍ ଆରମ୍ଭ, ନୂଆ ନରାଜ ଇଲେକ୍ଟ୍ରିକ୍ ବସ୍ ଡିପୋ ଉଦଘାଟିତ। ୧୯ଟି ରୁଟ୍‌ରେ ସେବା ବିସ୍ତାର, ଡିପୋ ଗ୍ରିନ ବିଲ୍ଡିଂ ଟେକ୍ନୋଲୋଜିରେ ନିର୍ମିତ।