ଭୁବନେଶ୍ବର: ବଙ୍ଗୋପସାଗରରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉତ୍ତର ଦିଗରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ସକାଳୁ ଅବପାତର ରୂପ ନେଇଛି। ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି, ଏହା ବୁଧବାର ସନ୍ଧ୍ୟା କିମ୍ବା ରାତିରେ ଗଭୀର ଅବପାତରେ ପରିଣତ ହୋଇ ଓଡ଼ିଶା ମାର୍ଗରେ ଛତିଶଗଡ଼ ଏବଂ ଝାରଖଣ୍ଡ ଦିଗକୁ ଗତି କରିପାରେ।
ସୋଆ ବିଶ୍ୱବିଦ୍ୟାଳୟର ସିଇସି (Center for Environment and Climate) ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷତଃ ଉପକୂଳବର୍ତ୍ତୀ ଅଞ୍ଚଳ, ପଶ୍ଚିମ ଓଡ଼ିଶା ଓ ଉତ୍ତର-ପୂର୍ବ ଓଡ଼ିଶାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଅନୁମାନ କରାଯାଉଛି।
ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ
ପୁରୀ, ଗଂଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଧା, କଟକ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, କନ୍ଧମାଳ, ବଳାଙ୍ଗୀର ଓ ବରଗଡ଼।
ଭୁବନେଶ୍ବରରେ ବର୍ଷାର ପ୍ରଭାବ
ଭୁବନେଶ୍ବର ଓ କଟକ ସହିତ ଉପକୂଳ ଅଞ୍ଚଳର ଅନେକ ସ୍ଥାନରେ ବୁଧବାର ଦୁପରିରୁ ଲଗାତାର ବର୍ଷା ହୋଇଛି। ଭୁବନେଶ୍ବରରେ ବିକେଳ ୨.୩୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଯୋରଦାର ବର୍ଷା ହୋଇଥିଲା। ଦୁର୍ଗାପୂଜାର ପ୍ରସଙ୍ଗରେ ସହରର ବିଭିନ୍ନ ସ୍ଥାନରେ ଯାତାୟାତ ଅସୁବିଧା ସୃଷ୍ଟି ହୋଇଛି ଏବଂ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।