ଭୁବନେଶ୍ୱର: ମହିଳା ଦୃଷ୍ଟିବାଧିତ T-20 ବିଶ୍ୱକପ୍ 2025ରେ ବିଜୟୀ ଭାରତୀୟ ଦଳରେ ସାମିଲ ଥିବା ଓଡ଼ିଶାର ୪ ସୁନାଝିଅ ଆଜି ରାଜ୍ୟକୁ ଫେରିଲେ। ଫୁଲ ସୋରେନ, ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ ଏବଂ ବାସନ୍ତୀ ହାଁସଦାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସେମାନଙ୍କୁ ସମ୍ବର୍ଦ୍ଧିତ କରି ପ୍ରତ୍ୟେକଙ୍କୁ ୧୧ ଲକ୍ଷ ଟଙ୍କାର ପୁରସ୍କାର ଦେଇ ସମ୍ମାନ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଶଭୁେଚ୍ଛା: “ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ”
ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି:
“ଫୁଲ ସୋରେନ, ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ ଏବଂ ବାସନ୍ତୀ ହାଁସଦାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଦେଶ ଓ ରାଜ୍ୟ ପାଇଁ ଅତୁଳନୀୟ ଗୌରବ ଆଣିଛି। ସେମାନଙ୍କ ନିଷ୍ଠା, ଅଧ୍ୟବସାୟ ଓ ଇଚ୍ଛାଶକ୍ତି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ପ୍ରେରଣା। ଏହି ବିଜୟ ଯାତ୍ରା ଏମିତିଭଳି ଆଗକୁ ମଧ୍ୟ ଜାରି ରହୁ।”
ମୁଖ୍ୟମନ୍ତ୍ରୀ ସେମାନଙ୍କ ପ୍ରତ୍ୟେକଙ୍କୁ ୧୧ ଲକ୍ଷ ଟଙ୍କାର ପୁରସ୍କାର ଦେଇ, ଓଡ଼ିଶାର ନାମକୁ ବିଶ୍ୱ ମଞ୍ଚରେ ଆଲୋକିତ କରିଥିବା ପାଇଁ ଅଭିନନ୍ଦନ ଜଣେଇଛନ୍ତି।
କ୍ରୀଡା ମନ୍ତ୍ରୀଙ୍କ ସୁଭେଚ୍ଛା
କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସେମାନଙ୍କ ସହ ତାଙ୍କର ଫଟୋ ସେୟାର କରି ଲେଖିଛନ୍ତି:
“ଓଡ଼ିଶାର ୪ ଦୃଷ୍ଟିବାଧିତ ମହିଳା କ୍ରିକେଟର—ଫୁଲ, ବାସନ୍ତୀ, ଯମୁନା ଓ ପାର୍ବତୀ—ପ୍ରଥମ Blind T-20 World Cupରେ ଉଲ୍ଲେଖନୀୟ ଖେଳ ପ୍ରଦର୍ଶନ କରି ଦେଶ ଓ ରାଜ୍ୟକୁ ଗର୍ବିତ କରିଛନ୍ତି। ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ଶୁଭେଚ୍ଛା।”





