କଟକ, ୧୮ ସେପ୍ଟେମ୍ବର: ଓଡ଼ିଶା ଲୋକସେବା ଆୟୋଗ (OPSC) ଓଡ଼ିଶା ସିଭିଲ ସର୍ଭିସେସ (OCS) ପ୍ରାରମ୍ଭିକ ପରୀକ୍ଷା-୨୦୨୪ର ତାରିଖ ଘୋଷଣା କରିଛି। ପରୀକ୍ଷା ଆସନ୍ତା ଅକ୍ଟୋବର ୧୨, ୨୦୨୫ରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ ସମ୍ବଲପୁର — ଏହି ଛଅଟି ଜୋନରେ ସମ୍ପନ୍ନ ହେବ।

ଆୟୋଗର ବିଜ୍ଞପ୍ତି ଅନୁସାରେ, ପରୀକ୍ଷା ଦୁଇଟି ସିଟିଂରେ ହେବ:

  • ପେପର-୧: ସକାଳ ୧୦:୦୦ରୁ ଦୁପୂର ୧୨:୦୦ ପର୍ଯ୍ୟନ୍ତ
  • ପେପର-୨: ଅପରାହ୍ନ ୧:୩୦ରୁ ୩:୩୦ ପର୍ଯ୍ୟନ୍ତ

ଦିବ୍ୟାଙ୍ଗ (PwD) ପରୀକ୍ଷାର୍ଥୀଙ୍କୁ ପ୍ରତ୍ୟେକ ସିଟିଂରେ ଅତିରିକ୍ତ ୪୦ ମିନିଟ୍ ସମୟ ମିଳିବ।

ପ୍ରବେଶପତ୍ର ଓ ପରୀକ୍ଷାର୍ଥୀଙ୍କ ପାଇଁ ନିର୍ଦ୍ଦେଶାବଳୀ ଅକ୍ଟୋବର ୪, ୨୦୨୫ରୁ ଓପିଏସସିର ଅଧିକୃତ ୱେବସାଇଟ www.opsc.gov.inରେ ଉପଲବ୍ଧ ହେବ।