ଭୁବନେଶ୍ୱର, 24 ନଭେମ୍ବର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) OTET 2025 ପରୀକ୍ଷା ପାଇଁ ଫର୍ମ ପୂରଣର ସମୟସୀମାକୁ ବୃଦ୍ଧି କରାଇଛି। ପରିଷଦ ପକ୍ଷରୁ ସୋମବାର ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ପ୍ରାର୍ଥୀଙ୍କ ଅନୁରୋଧକୁ ବିଚାର କରି ଫର୍ମ ପୂରଣର ଶେଷ ତାରିଖକୁ ନଭେମ୍ବର 27, 2025 ପର୍ଯ୍ୟନ୍ତ ବଢ଼ାଯାଇଛି।
ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ,
“୨୭.୧୧.୨୦୨୫ ପରେ ଆଉ କୌଣସି ସମୟସୀମା ବୃଦ୍ଧି ନ ହେବ।”
ପୂର୍ବରୁ OTET ଫର୍ମ ପୂରଣର ଶେଷ ତାରିଖ ନଭେମ୍ବର 25 ଥିଲା। ଏବେ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ www.bseodisha.ac.in ରେ ଯାଇ ଅନଲାଇନ୍ ଫର୍ମ ପୂରଣ କରିପାରିବେ।
ପରୀକ୍ଷା ସୂଚି
- ପରୀକ୍ଷା ତାରିଖ: 17 ଡିସେମ୍ବର 2025
- ପେପର–1: ସକାଳ 9:00 ରୁ 11:30
- ପେପର–2: ଅପରାହ୍ନ 2:00 ରୁ 4:30
ଆଡମିଟ୍ କାର୍ଡ ମିଳିବ କେବେ?
ପ୍ରାର୍ଥୀମାନେ 10 ଡିସେମ୍ବର 2025 ଠାରୁ ଅଫିସିଆଲ ୱେବସାଇଟ୍ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।





