ଭୁବନେଶ୍ୱର, ୧୬ ଜୁଲାଇ – ଓଡ଼ିଶାରେ କଂଗ୍ରେସ ପକ୍ଷରୁ ଘୋଷିତ ଓଡ଼ିଶା ବନ୍ଦ ପାଇଁ ଆସନ୍ତାକାଲି (୧୭ ଜୁଲାଇ) ସକାଳ ୬ଟାରୁ ବିକେଳ ୪ଟା ପର୍ଯ୍ୟନ୍ତ ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଏହି ନିଷ୍ପତ୍ତି ସୁରକ୍ଷା ଓ ବ୍ୟବସ୍ଥାପନ ଦୃଷ୍ଟିରୁ ଓଡ଼ିଶା ପେଟ୍ରୋଲ ଡିଲର୍ସ ଆସୋସିଏସନ ଦ୍ୱାରା ନିଆଯାଇଛି।
ଏହି ବନ୍ଦ ପାଇଁ ରାଜ୍ୟର ୩ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ଓ ୩ଟି ଡିପୋ ଚାଲୁ ନ ରହିବା ନିଷ୍ପତ୍ତି ହୋଇଛି। ଆସୋସିଏସନର ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ବନ୍ଦ ଦ୍ୱାରା ପେଟ୍ରୋଲ ବ୍ୟବସାୟରେ ୧୦୦ କୋଟି ଟଙ୍କା ଅଟକି ଯିବାର ସମ୍ଭାବନା ଅଛି।
ସେହିପରି, ସର୍ବଭାରତୀୟ ପେଟ୍ରୋଲିୟମ ଡିଲର ମହାସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ ସୂଚନା ଦେଇଛନ୍ତି ଯେ, ବନ୍ଦ ଶେଷ ହେବା ପରେ ଅପରାହ୍ଣ ୪ଟାଠାରୁ ପେଟ୍ରୋଲ ପମ୍ପ ସାଧାରଣ ଭାବେ ଚାଲିଛି।
ବନ୍ଦ ପଛର କାରଣ:
ଏହି ବନ୍ଦର ମୂଳ କାରଣ ହେଉଛି ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମଦାହ ଘଟଣା, ଯାହା ଓଡ଼ିଶାରେ ରାଜନୈତିକ ଭାବେ ଚର୍ଚ୍ଚିତ ବିଷୟ ହୋଇଛି। ଏହାକୁ ନେଇ କଂଗ୍ରେସ ଏବଂ ବାମ ଦଳଗୁଡିକ ସମିଲିତ ଭାବରେ ଓଡ଼ିଶା ବନ୍ଦ ଡାକିଛନ୍ତି। ସିପିଆଇ, ସିପିଆଇ(ଏମ୍), ଏନସିପି, ଆରଜେଡି, ଏସପି ଓ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ସହ ବିଭିନ୍ନ ଦଳ ବନ୍ଦକୁ ସମର୍ଥନ କରିଛନ୍ତି।
ବନ୍ଦ ସମୟରେ ବିଦ୍ୟାଳୟ, କଲେଜ, ଦୋକାନ ବଜାର ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।