ଭୁବନେଶ୍ୱର: ପୁଣିଥରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ୨୭ ସେପ୍ଟେମ୍ବରରେ ସେ ଝାରସୁଗୁଡ଼ା ଦୌରା କରିବେ। ସେଠାରେ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିବାକୁ ଏକ ବିଶେଷ ସଭାରେ ଯୋଗ ଦେବାକୁ ଥିବାରୁ ପ୍ରସ୍ତୁତି ଜୋରଦାର ହୋଇଛି।

ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଆଗମନ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ ସେଠାରେ ପାଣିପାଗ ବିଭାଗର ବର୍ଷା ଆଲର୍ଟ ଥିବାରୁ କାର୍ଯ୍ୟକ୍ରମକୁ ବଦଳ କରାଯାଇଛି।